ବୁଗୁଡ଼ା, 03/01/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି କାଦପଡା ନିକଟରେ ଗୋଟିଏ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ ହୋଇଛି l ରାସ୍ତା କଡ଼ ଇଲେକ୍ଟ୍ରି ଖୁଣ୍ଟରେ ଆମ୍ବୁଲାନ୍ସଟି ଧକାଦେଇ ପାଖ ପୋଖରୀ ଭିତର କୁ ପଶିଯାଇଛି l ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଚାଳକ କୁ ପୋଖରୀରୁ ସୁରକ୍ଷିତ ଉଧାର କରିଥିବା ବେଳେ ଦୁର୍ଘଟଣା ରେ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି l ଦୁର୍ଘଟଣା ସମୟରେ ଆମ୍ବୁଲାନ୍ସ ରେ କେହି ରୋଗୀ ନଥିବା ଯୋଗୁଁ ଗୋଟିଏ ବଡ଼ ଦୁର୍ଘଟଣା ଟଳିଯାଇଛି l ତେବେ ଭୋର ରୁ ଅଞ୍ଚଳରେ ପଡ଼ିଥିବା ପ୍ରବଳ କୁହୁଡି ଦୁର୍ଘଟଣା ର କାରଣ ହୋଇଥିବା ଅନୁମାନ କରାଯାଉଛି l ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇବା ସହ ଦୁର୍ଘଟଣା ଗ୍ରସ୍ତ ଆମ୍ବୁଲାନ୍ସ କୁ କ୍ରେନ ସାହାଯ୍ୟରେ ପୋଖରୀ ରୁ ବାହାର କରାଯାଇଥିବା ଜଣାପଡିଛି l