କୁଜଙ୍ଗ , 25/11/2024, ଉତ୍କଳ voice news - utkalvoicenews.comଜଗତସିଂହପୁର ଜିଲ୍ଲାରେ ୭୧ତମ ସମବାୟ ସପ୍ତାହ ପାଳନ ଅବସରରେ ଜିଲ୍ଲାରେ ଥିବା ୧୦୮ଗୋଟି ସମବାୟ ସମିତି ମଧ୍ୟରୁ କୁଜଙ୍ଗ ବ୍ଲକ ଅଧୀନ ସାଇଲୋ ପ୍ରାଥମିକ କୃଷି ସେବା ସମବାୟ ସମିତିକୁ ଶ୍ରେଷ୍ଠ ସମବାୟ ସମିତି ସମ୍ମାନରେ ସମ୍ମାନୀତ କରାଯାଇଛି।ଏହି କାର୍ଯ୍ୟକ୍ରମଟି ଜିଲ୍ଲାର ସଂସ୍କୃତି ଭବନ ପରିସରରେ ୭୧ତମ ସମବାୟ ସପ୍ତାହ ପାଳନ ଅବସରରେ ସାଇଲୋ ସେବା ସମବାୟ ସମିତିର କାର୍ଯ୍ୟ ଦକ୍ଷତା ସର୍ବାଧିକ ଜମା ରାଶି ରୁଣ କାରବାରରେ ସୁପରିଚାଳନା,ଫଟିଲାଇଜର ସିଡ୍ ସାର ଭିତିରେ ପରିଚାଳନା ନିମନ୍ତେ କାର୍ଯ୍ୟ ଦକ୍ଷତା ସର୍ବାଧିକ ହାସଲ କରିଥିବାରୁ ୧୦୮ସମବାୟ ସମିତି ମଧ୍ୟରୁ ଶାଇଲୋ ପ୍ରାଥମିକ କୃଷି ସେବା ସମବାୟ ସମିତିକୁ ଶ୍ରେଷ୍ଟ ସମବାୟ ସମିତି ସମ୍ମାନରେ ସମ୍ମାନୀତ କରିଛନ୍ତି ଜିଲ୍ଲାପାଳ ଜେ ସୋନାଲ।ଏହି ପୁରସ୍କାର ଗ୍ରହଣ କରୁଛନ୍ତି ଶାଇଲୋ ସେବା ସମବାୟ ସମିତିର ସଭାପତି ପ୍ରଦିପ କୁମାର ବେଉରା ଯାହାକି ୨୦୨୨ମସିହା ଜୁଲାଇ ୫ତାରିଖରେ ସଭାପତି ଭାବରେ ଦାୟିତ୍ଵ ନିର୍ବାହ କରିଥିଲେ।ମାତ୍ର ଦୀର୍ଘ ୩ବର୍ଷ ଧରି ସଭାପତି ଭାବରେ ଦାୟିତ୍ଵ ନିର୍ବାହ କରି ସମବାୟ ସମିତିକୁ ସବୁ ଦିଗରେ ଅଗ୍ରସର କରାଇଥିଲେ ତାଙ୍କରି ସୁପରିଚାଳନା ପାଇଁ ଓ ସମବାୟ ସମିତିର ନିର୍ଦ୍ଦେଶକ ମଣ୍ଡଳୀ ସମିତିର କର୍ମଚାରୀ ସମ୍ପାଦକ ସମସ୍ତ ଚାଷୀଙ୍କ ପାଇଁ ସମ୍ଭବପର ହୋଇପାରିଛି ବୋଲି ଶ୍ରୀ ବେଉରା ପ୍ରକାଶ କରିଛନ୍ତି।ଏହି ସମ୍ମାନ ଜିଲ୍ଲାପାଳ ଜେ ସୋନାଲ ସମବାୟ ସମିତିର ସଭାପତି ପ୍ରଦିପ କୁମାର ବେଉରାଙ୍କୁ ମାନପତ୍ର ଉପଢୌକନ ସହ ସମ୍ମାନିତ କରିଥିଲେ।ସମ୍ମାନିତ ସମୟରେ ଶାଇଲୋ ପ୍ରାଥମିକ କୃଷି ସେବା ସମବାୟ ସମିତିର ସଂପାଦକ ସଚ୍ଚିଦାନନ୍ଦ ବୈଶାଖ ଉପସ୍ଥିତ ଥିଲେ ମଞ୍ଚରେ ଅନ୍ୟ ଅତିଥି ଡି.ଆର.ସି ସି,ସି.ଆର.ସି ଉପସ୍ଥିତ ଥିଲେ। ସାଇଲୋ ସେବା ସମିତିକୁ ଶ୍ରେଷ୍ଠ ସମବାୟ ସମିତି ସମ୍ମାନ ପାଇବା ପରେ ରାହାମା ଅଞ୍ଚଳର ବରିଷ୍ଠ ନାଗରିକ ତଥା ସମବାୟ ସମିତିର ନିର୍ଦ୍ଦେଶକ ମଣ୍ଡଳୀ ରବି ନାରାୟଣ ସାହୂ,ଗଜେନ୍ଦ୍ର ବିଶ୍ଵାଳ,ନିତ୍ୟନ୍ଦନ ସିଂ,ରାହାମା ପ୍ରେସ କ୍ଲବର ସଭାପତି ଡ଼ ମାନସ ରଞ୍ଜନ ମହାନ୍ତି,ନାରୀନେତ୍ରୀ ଶ୍ରୀମତୀ ମନୋରମା ମହାପାତ୍ର,ଶୁଶାନ୍ତ କୁମାର ଖଟୁଆ,ଉପ ସଭାନେତ୍ରୀ ଅଞ୍ଜନା ପରିଡ଼ା,ତୁଷାର ଲେଙ୍କା,ପ୍ରମୋଦ ସାହୂ,ସମବାୟ ସମିତିର ପୂର୍ବତନ ସଭାପତି ଭିକାରୀ ସେନାପତି,ଦୀପକ ଦାସ,ସତ୍ମ୍ବକାର ନୃସିଂହ ଚରଣ ସେନାପତି,ଶାଇଲୋ ସରପଞ୍ଚ ସରୋଜ ସେଠୀ,ତାଳପଡା ସରପଞ୍ଚ ଦମୟନ୍ତୀ ଲେଙ୍କା,ସମସ୍ତ ଚାଷୀ ମାନେ ଶ୍ରୀ ବେଉରାଙ୍କ କାର୍ଯ୍ୟ ଦକ୍ଷତା ନିଷ୍ଟାପର ଭାବରେ ଦାୟିତ୍ଵ ତୁଲାଇ ଥିବାରୁ ସମ୍ପାଦକ କାର୍ଯ୍ୟ ଦକ୍ଷତା ପାଇଁ ଉଭୟଙ୍କୁ ଅଞ୍ଚଳ ବାସୀ ନିର୍ଦ୍ଦେଶକ ମଣ୍ଡଳୀ ଚାଷୀ ମାନେ ଶୁଭେଚ୍ଛା ଜଣାଇଛନ୍ତି।ଯାହାକୁ ନେଇ ଜଗତସିଂହପୁର ଜିଲ୍ଲାରେ ଉଦାହରଣ ପାଲଟିଛି।
