ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସାମ୍ବାଦିକ ସୁଧିର ରଂଜନ ଦାଶଙ୍କ ପରଲୋକ

ପାରାଦୀପ, 31/01/2025, ଉତ୍କଳ voice news - utkalvoicenews.com
Article Image
ପାରାଦୀପ ଅଞ୍ଚଳ ର ବରିଷ୍ଠ ସାମ୍ବାଦିକ ସୁଧିର ରଂଜନ ଦାଶ ଆଉ ନାହାନ୍ତି।ସେ ଗତ ଗୁରୁବାର ୩୦ ତାରିଖ ଦିନ ରାତି ୧୨ ଟାରେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ୫୮ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି।ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ସହଧର୍ମିଣୀ ଓ ଏକମାତ୍ର ପୁଅ ଓ ଝିଅ ଉପସ୍ଥିତ ଥିଲେ। ସ୍ୱର୍ଗତ ଦାଶ ଭୁବନେଶ୍ୱର ସମେତ ଜଗତସିଂହପୁର ବିଶେଷକରି ପାରାଦୀପ ଅଞ୍ଚଳରେ ଜଣେ ଦକ୍ଷ ସାମ୍ବାଦିକ ଭାବରେ ପରିଚିତ ଥିଲେ। ହିନ୍ଦୁସ୍ଥାନ ସମାଚାରର ଜଗତସିଂହପୁର ଜିଲ୍ଲା ପ୍ରତିନିଧି ଭାବେ ଦୀର୍ଘ ଦିନ ହେବ କାର୍ଯ୍ୟ କରୁଥିଲେ।ତାଙ୍କ କଲମ ଚାଳନା ବନ୍ଦର ସହର ପାରାଦୀପ ଅଞ୍ଚଳରେ ସତ୍ୟ କୁ ସବୁବେଳେ ସାମ୍ନା କରୁଥିଲା।ଦୀର୍ଘ ଦିନ ଧରି ଅସୁସ୍ଥତା କାରଣରୁ ଭୁବନେଶ୍ୱରରେ ରହି ଚିକିତ୍ସିତ ହେଉଥିଲେ। ସେ ଦିଲ୍ଲୀ ୟୁନିଭରସିଟିରୁ ମାସକମ୍ୟୁନିକେସନ୍ ଓ ଜର୍ଣ୍ଣାଲିଜିମ୍‌ରେ ସ୍ନାତକୋର କରିବା ପରେ ଏସିଆନ୍ ଏଜ୍ ଖବର କାଗଜରେ ସାମ୍ବାଦିକତା ଆରମ୍ଭ କରିଥିଲେ। ପାରାଦୀପର ବିଭିନ୍ନ ସାଙ୍ଗଠନିକ ଅନୁଷ୍ଠାନ ସହିତ ସେ ଜଡିତ ଥିଲେ।କୁଜଙ୍ଗ ବାଲିତୁଠ ଗ୍ରାମର ନିକୁଂଜ ଦାଶଙ୍କର ସେ ପୁଅ ଅଟନ୍ତି।ତାଙ୍କ ବିୟୋଗରେ ଜଗତସିଂହପୁର ଜିଲ୍ଲା ସମେତ କୁଜଙ୍ଗ ଓ ପାରାଦୀପ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
1