ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କରଚୁଲିରେ "ଘୁମୁସର ର ସ୍ବର"ପକ୍ଷରୁ ୧୫୭ତମ ସାହିତ୍ୟ ଆଲୋଚନା

ବୁଗୁଡ଼ା, 03/01/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ କରଚୁଲି ବ୍ୟାଘ୍ରାମ୍ବରୀ ମଠ ପରିସରରେ ଓଡ଼ିଆ ଭାଷା ,ସାହିତ୍ୟ, କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ "ଘୁମୁସର ର ସ୍ବର" ପକ୍ଷରୁ ୧୫୭ତମ ପୂର୍ଣ୍ଣିମା ସାହିତ୍ୟ ଆଲୋଚନା କାର୍ଯ୍ୟକ୍ରମରେ ବୀର ଚକରା ବିଷୋୟୀଙ୍କ ବୀରତ୍ବ କାହାଣୀ ସ୍ଥାନ ପାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ସଭାପତି ତଥା ଅବସରପ୍ରାପ୍ତ ପ୍ରିନ୍ସପାଲ ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ବ୍ୟାଘ୍ରାମ୍ବରୀ ମଠ ମହନ୍ତ ମହାରାଜ ସତ୍ୟାନନ୍ଦ ଗିରୀ, ବିଶିଷ୍ଟ ଅତିଥି ଭାବେ ଗହଙ୍ଗୁ ମଠ ମହନ୍ତ ରାଘବାନନ୍ଦ ଦାସ ମହାରାଜ ଓ ସମ୍ମାନିତ ଅତିଥି ଭାବେ ଜି. ରାଜେଶ୍ବର ପାତ୍ର, ଡକ୍ଟର ବ୍ରଜ କିଶୋର ପାଢ଼ୀ, ଡକ୍ଟର ସୂର୍ଯ୍ୟ ନାରାୟଣ ପଣ୍ଡା, ଅଧ୍ୟାପକ ଦେବାଶିଷ ସ୍ବାଇଁ, ଅଧ୍ୟାପକ ପଞ୍ଚାନନ ପଲାଇ, କବି କୃଷ୍ଣଚନ୍ଦ୍ର ଡାକୁଆ, ସମାଜସେବୀ ପୁର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ, ଖଲି ପରିଡା, କୈଳାସ ଚନ୍ଦ୍ର ପ୍ରଧାନ, କେ. ରାଘବ ପାତ୍ର, ଶ୍ରୀଧର ମିଶ୍ର ଓ ବସନ୍ତ କୁମାର ବିଷୋୟୀ ଯୋଗଦେଇ ଘୁମୁସରର ବିପ୍ଳବୀ ବୀର ଚକରା ବିଷୋୟୀଙ୍କ ବୀରତ୍ୱର କାହାଣୀ ଆଲୋଚନା କରିବା ସହ ଚକରା ବିଷୋୟୀଙ୍କ କାହାଣୀ ଉତ୍ତର ପିଢ଼ି ପାଇଁ ଆଦର୍ଶ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ବରିଷ୍ଠ ସହାୟକ ତଥା ସାରସ୍ୱତ ପ୍ରେମୀ ଡକ୍ଟର ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କୁ "ଘୁମୁସର ର ସ୍ବର" ସମ୍ମାନରେ ସମ୍ବର୍ଦ୍ଧିତ କରା ଯାଇଥିଲା। ଏହି ଅବସରରେ ବ୍ୟାଘ୍ରାମ୍ବରୀ ମଠ ପକ୍ଷରୁ ମାନସ ପାରାୟଣ ଉପଲକ୍ଷେ ମାନପତ୍ର ପ୍ରଦାନ କରି କବି ଓ ଲେଖକ ମାନଙ୍କୁ ସମ୍ମାନିତ କରାଯାଇ ଥିଲା। ଶେଷରେ ଖଲି ପରିଡା ଉପସଂହାର ବକ୍ତବ୍ଯ ପ୍ରଦାନ କରିଥିଲେ।
Article Image
14