ଜଗତସିଂହପୁର / ବାଲିକୁଦା , 03/01/2026, ଉତ୍କଳ voice news - utkalvoicenews.com*( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
ବାଲିକୁଦା ବ୍ଲକ ର ଶାସନ ଅଳାଭର ହାଇସ୍କୁଲ ର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଗଗନ ବିହାରୀ ଶତପଥି ଙ୍କ ଶତାୟୁ ମାତା ସତ୍ୟଭାମା ଶତପଥି ଙ୍କ ବିୟୋଗ ରେ ସମସ୍ତ ବାଲିକୁଦା ଏବଂ ବୋରିକିନା ଅଞ୍ଚଳ ରେ ଗଭୀର ଶୋକ ପ୍ରକାଶ ପାଇଛି |ଜଣେ ମିଷ୍ଟଭାସି ଧର୍ମ ପରାୟଣ ମହିଳା ହିସାବରେ ସମଗ୍ର ଅଞ୍ଚଳ ରେ ବେଶ ପ୍ରିୟ ଥିଲେ |ଗ୍ରାମ ଶ୍ମାଶନ ରେ ଶେଷକୃତ୍ୟ ସମ୍ପର୍ଣ କରାଯାଇଥିବା ବେଳେ ସାନ ପୁତ୍ର ଗଗନ ବିହାରୀ ଶତପଥୀ ମୁଖାଗ୍ନି ଦେଇଥିଲେ |ଶ୍ରୀମତୀ ଶତପଥି ଙ୍କ ବିୟୋଗରେ ବାଲିକୁଦା ଏରସମା ପୂର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲି, ଲଲାଟେନ୍ଦୁ ମହାପାତ୍ର, ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ, ବରିଷ୍ଠ ଆଇନିଜୀବି ବିରନାରାୟଣ ପାତ୍ର, ଅଳାଭର ସରପଞ୍ଚ ମଧୁଛନ୍ଦା ସ୍ୱାଇଁ, ପୂର୍ବତନ ସରପଞ୍ଚ ଗୌରାଙ୍ଗ ଦାସ, ବିଭୁତି ଭୂଷଣ ସ୍ୱାଇଁ ଏବଂ ହରିଶ୍ଚନ୍ଦ୍ର ଶତପଥୀ ଶୋକ ପ୍ରକାଶ କରିଛନ୍ତି |