ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସୁଶ୍ରୀ ଶୁଭଶ୍ରୀ ବାର୍ଷିକ ଉତ୍ସବ ପ୍ରସ୍ତୁତି

ତିର୍ତ୍ତୋଲ, 04/01/2026, ଉତ୍କଳ voice news - utkalvoicenews.com*( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ଶାଗବlରିଆର ଅଗ୍ରଣୀ ଅନୁଷ୍ଠାନ ସୁଶ୍ରୀ ଶୁଭଶ୍ରୀର ବାର୍ଷିକ ଉତ୍ସବ ଡିସେମ୍ବର ପଚିଶ ତାରିଖରେ ପାଳିତ ହେଉଥିବାବେଳେ ଚଳିତ ବର୍ଷ ବିଶେଷ ଅସୁବିଧା ବଶତଃ ତାହାକୁ ଜାନୁଆରୀ ଅଠର ତାରିଖକୁ ସର୍ବସମ୍ମତିକ୍ରମେ ଘୁଞ୍ଚାଇ ଦିଆ ଯାଇଛି l ଏହି ପରିପ୍ରେକ୍ଷିରେ ଶନିବାର ଦିନ ଦୁଇ ଘଟିକା ସମୟରେ ଇବ୍ରିସିଂ ମା ଉତ୍ତରେଶ୍ବରୀଙ୍କ ପ୍ରାଙ୍ଗଣରେ ସଂସଦର କାର୍ଯ୍ୟକାରୀ ସଭାପତି ପଣ୍ଡିତ ନାଗୁ ଚରଣ ଦେବତାଙ୍କ ସଭାପତିତ୍ୱରେ ଆଗାମୀ କାର୍ଯ୍ୟପନ୍ଥା ପାଇଁ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇ ଯାଇଛି l ପରାମର୍ଶ ଦାତା ଭାବରେ ଯୋଗ ଦେଇଥିଲେ ଜ୍ୟୋତିର୍ବିଦ ଡକ୍ଟର ଅରୁଣ କୁମାର ପାଣି, ପ୍ରବଚକ ଅଭୟ ଚରଣ ଦାଶ l ସଂସଦର ସମ୍ପାଦିକା ଡକ୍ଟର ବସନ୍ତ ମଞ୍ଜରୀ ଦାସ ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ ସଭାପତି ପ୍ରେମ ଚରଣ ରାଉତ ଖାଦ୍ୟ ପେୟ ସମ୍ପର୍କିତ ସୂଚନା ଦେଇଥିଲେ l ଅତିଥି ଚୟନ ନିମିତ୍ତ କାର୍ଯ୍ୟକାରୀ ସମ୍ପାଦକ ନଗେନ୍ଦ୍ରନାଥ ସ୍ୱାଇଁଙ୍କୁ ଦାୟିତ୍ୱ ଦିଆଯାଇଥିଲା ଓ ଅନ୍ୟାନ୍ୟ ଦାୟିତ୍ୱ ପାଇଁ ସ୍ୱତଃ ସ୍ବୀକୃତି ଦେଇଥିଲେ ଉପସଭାପତି ହେମନ୍ତ କୁମାର ନାୟକ,ଯଯାତି କେଶରୀ ସାମନ୍ତରାୟ, କୈଳାସ ଚନ୍ଦ୍ର ପ୍ରଧାନ, ମହେଶ୍ୱର ସ୍ୱାଇଁ, ଆଇନଜୀବୀ ମଞ୍ଜୁଲତା ରାଉତ, ହୃଷିକେଶ ଜେନା,ତୃପ୍ତି ରଞ୍ଜନ ମହାନ୍ତି, ବିଭୂଷିତା ଦାସ, ଶ୍ୟାମ ସୁନ୍ଦର ବେହେରା ପ୍ରମୁଖ l ଆସନ୍ତା ରବିବାର ଅଠର ତାରିଖ ଦିନ କାର୍ଯ୍ୟାଳୟ ନିକଟରେ ଏହି ଉତ୍ସବ ଅନୁଷ୍ଠିତ ହେବ l ଚଳିତ ବର୍ଷର ଶ୍ରେଷ୍ଠ ସୁଶ୍ରୀ ସମ୍ମାନ ରାଷ୍ଟ୍ରପତି ପୁରସ୍କୃତା ଶିକ୍ଷିକା ତଥା ସୁସାହିତ୍ୟିକା ସୌଭାଗିନୀ ରାୟଙ୍କୁ ପ୍ରଦାନ କରାଯିବାବେଳେ l ଶ୍ରେଷ୍ଠ ଦମ୍ପତ୍ତି ଭାବରେ କିଓରୱେଲ ପ୍ରତିଷ୍ଠାତା କୈଳାସ ଚନ୍ଦ୍ର ଦଳାଇ ଓ ପତ୍ନୀ ସୁଗାଳ୍ପିକା ସୋହାଗିନୀ ବେହେରାଙ୍କୁ ଚୟନ କରାଯାଇଥିଲା l ଏହି ଦିବସକୁ ସାର୍ଥକ କରିବାପାଇଁ ସମସ୍ତ ସାହିତ୍ୟିକଙ୍କ ଉପସ୍ଥିତି କାମନା କରିଛନ୍ତି ସମ୍ପାଦିକା, ସଭାପତି ଓ ପରିବlରବର୍ଗ
4