ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଦିବଂଗତ ସାଇଲୋ ପଂଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ​ସରୋଜ କୁମାର ସେଠି ଙ୍କ ସ୍ମୃତିରେ ସେବା ଯଜ୍ଞ

କୁଜଙ୍ଗ ବ୍ଲକ ସାଇଲୋ ପଞ୍ଚାୟତ , 04/01/2026, ଉତ୍କଳ voice news - utkalvoicenews.comସାଇଲୋରେ ମାଗଣା ଚକ୍ଷୁ ଚିକିତ୍ସା ଓ କର୍କଟ ସଚେତନତା ଶିବିର ଅନୁଷ୍ଠିତ
Article Image
( ରାହାମା ରୁ ଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ ) :
Article Image
​ ଜଣେ ଦରଦୀ ମଣିଷ ତଥା ଜନପ୍ରିୟ ସମାଜସେବୀ ସ୍ୱର୍ଗତ ସରୋଜ କୁମାର ସେଠୀଙ୍କ ସ୍ମୃତିକୁ ପାଥେୟ କରି କୁଜଙ୍ଗ ବ୍ଲକ ସାଇଲୋ ପଞ୍ଚାୟତ ପରିସରରେ ଏକ ବିଶାଳ ମାଗଣା ଚକ୍ଷୁ ଚିକିତ୍ସା ଓ କର୍କଟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। 'ସରୋଜ ଭାଇ ଜନସେବା ସଂଗଠନ' ପକ୍ଷରୁ ଆୟୋଜିତ ଏହି ସେବା ଯଜ୍ଞରେ ଶତାଧିକ ଅସହାୟ ରୋଗୀ ଯୋଗଦେଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ସଚେତନତାର ବାର୍ତ୍ତା ଗ୍ରହଣ କରିଛନ୍ତି।
Article Image
​କାର୍ଯ୍ୟକ୍ରମ ଆରମ୍ଭରେ ସ୍ୱର୍ଗତ ସରୋଜ ଭାଇ ଏବଂ ସଂଗଠନର ସଭାପତିଙ୍କ ସ୍ୱର୍ଗତ ପିତାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଏହାପରେ କୁଜଙ୍ଗ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ନିନାରାଣୀ ସାହୁ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ରବିନାରାୟଣ ସାହୁ, ପୋତନାଇ ସରପଞ୍ଚ ଶ୍ରୀଯୁକ୍ତ ବ୍ରଜକିଶୋର ମହାରାଜ, ପୋତନାଇ ସମିତି ସଭ୍ୟ ଶ୍ରୀଯୁକ୍ତ ସତ୍ୟବାନ ମୁଦୁଲି ଏବଂ ସାଇଲୋ ପଞ୍ଚାୟତର ସମିତି ସଭ୍ୟା ଶ୍ରୀମତୀ ମନୀଷା ରାଣୀ ମଲ୍ଲ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି ମାଗଣା ଚକ୍ଷୁ ଚିକିତ୍ସା ଓ କର୍କଟ ସଚେତନତା ଶିବିରକୁ ଉଦ୍‌ଘାଟନ କରିଥିଲେ। ସ୍ୱର୍ଗତ ସରୋଜଙ୍କ ଅଧୁରା ସ୍ୱପ୍ନ ଓ ସେବା ଆଦର୍ଶକୁ ବଞ୍ଚାଇ ରଖିବାରେ ସଂଗଠନର ଏହି ପ୍ରୟାସ ଅଭିନନ୍ଦନୀୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।​ଏହି ଶିବିରରେ 'Awaaken Cancer Trust'ର ଅଧ୍ୟକ୍ଷା ସ୍ୱାଗତିକା ଆଚାର୍ଯ୍ୟ, ବାଗଚି ଶ୍ରୀ ଶଙ୍କରା କର୍କଟ ହସ୍ପିଟାଲର ବିଶିଷ୍ଟ ଅଙ୍କୋଲୋଜିଷ୍ଟ ଡକ୍ଟର ବିକ୍ରାନ୍ତ ମହାପାତ୍ର ଏବଂ କଟକ ସ୍ଥିତ ରୋଟାରୀ ଚକ୍ଷୁ ଚିକିତ୍ସାଳୟର ଅଭିଜ୍ଞ ଡାକ୍ତରୀ ଦଳ ରୋଗୀଙ୍କର ପରୀକ୍ଷା କରିବା ସହ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ନୃସିଂହ ମନ୍ଦିର ପୂଜକ ରମାକାନ୍ତ ଦାସ, ନାଏବ ସରପଞ୍ଚ ଝରଣା ଦାସ, ସମସ୍ତ ୱାର୍ଡ ମେମ୍ବର, ଆଶା ଓ ଅଙ୍ଗନବାଡ଼ି କର୍ମୀ ଏବଂ CRP-MBK ଭଉଣୀମାନେ ସହଯୋଗ କରିଥିଲେ। ପ୍ରକାଶ ଚନ୍ଦ୍ର ସ୍ୱାଇଁ ମଞ୍ଚ ପରିଚାଳନା କରିଥିବା ବେଳେ ଆଡଭୋକେଟ କିଶୋର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ସଂଗଠନର ସଭାପତି ବିବେକ ଦାସ, ସମ୍ପାଦକ ଦେବାଶିଷ ପାତ୍ର, ଉପସଭାପତି ଜ୍ଞାନ ରଞ୍ଜନ ବାରିକ ଓ ଚିନ୍ମୟ ପାତ୍ରଙ୍କ ନିଷ୍ଠାପର ଉଦ୍ୟମରେ ଶିବିରଟି ସଫଳତାର ସହ ସମ୍ପନ୍ନ ହୋଇଛି।
Article Image
11