ପାରାଦୀପ ଗଡ, 04/01/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :

ମହାଦେବ ସେନା ଫାଉଣ୍ଡେସନ ଟ୍ରଷ୍ଟ, ଓଡ଼ିଶା ପକ୍ଷରୁ ଟ୍ରଷ୍ଟ ର ୧୦ମ ଶାଖା କାର୍ଯ୍ୟାଳୟ ପାରାଦୀପ ର ପାରାଦୀପ ଗଡ ବିଜୁ ପଟ୍ଟନାୟକ ମାର୍କେଟ କମ୍ପ୍ଲେକ୍ସ ପରିସରରେ ଶୁଭ ଉଦ୍ଘାଟିତ ହୋଇଯାଇଛି, ଉକ୍ତ ଉଦ୍ଘାଟନ ଉତ୍ସଵ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଯୋଗଦେଇ ଉକ୍ତ ଶାଖା କାର୍ଯ୍ୟାଳୟ କୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ l ଉକ୍ତ ଟ୍ରଷ୍ଟ ପାରାଦୀପ ଅଞ୍ଚଳରେ ଥିବା ସମସ୍ତ ଶବ୍ୟ ପୀଠ ର ସୁରକ୍ଷା ଓ ବିକାଶ କରିବା ସହିତ ଗୋଶାଳା ନିର୍ମାଣ କରି ଅସୁସ୍ଥ, ରୋଗଗ୍ରସ୍ତ ଓ ଦୁର୍ଘଟଣା ରେ ଶିକାର ହେଉଥିବା ଗୋରୁ ଗାଈ ଙ୍କ ସେବା କରିବ ବୋଲି ସେ କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଟ୍ରଷ୍ଟ ର ରାଜ୍ୟ ସଭାପତି ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ପ୍ରଦୀପ୍ତ ଦାସ, ସମ୍ପାଦକ ଗୌତମ ବେହେରା, ମନ୍ମଥ ସାହୁ, ବାବା ଧନେଶ୍ଵର ଦାସ, ହୃଷୀକେଶ ମହାନ୍ତି, ଶରତ ସାହୁ, ରଞ୍ଜନ ଜେନା, ଚନ୍ଦ୍ରଶେଖର ଚୌଧୁରୀ, ଅଲେଖ ମହାରଥା, ବିଚିତ୍ର ପ୍ରଧାନ, ପ୍ରଭାତ ସାହୁ, ସୋମନାଥ ମଙ୍ଗରାଜ ପ୍ରମୁଖ ଯୋଗଦେଇ ଥିଲେ l ଉକ୍ତ କାର୍ଯ୍ୟାଳୟ ପାରାଦୀପ ଅଞ୍ଚଳରେ ଥିବା ଶବ୍ୟ ପୀଠ ଗୁଡ଼ିକର ବିକାଶ କରିବା ସହିତ ଗୁରୁ ଗାଈ ଙ୍କ ସେବା କରିବ ବୋଲି ସଭାପତି ଶ୍ରୀଯୁକ୍ତ ପ୍ରଦୀପ୍ତ ଦାସ ପ୍ରକାଶ କରିଥିଲ l