ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅସୁରକ୍ଷିତ,ଆଳିପିଙ୍ଗଳ ପୋଲ, କେଉଁ ମୁହୂର୍ତ୍ତରେ ଭୁଶୁଡି ପଡିବ|ଆତଙ୍କିତ ସ୍ଥାନୀୟ ବାସିନ୍ଦା |

ଜଗତସିଂହପୁର, 04/01/2026, ଉତ୍କଳ voice news - utkalvoicenews.com*(ଜଗତସିଂହପୁର ରୁ ସରୋଜ ନାୟକ ଙ୍କ ରିପୋର୍ଟ) :*
Article Image
ଜଗତସିଂହପୁର.. ଅଡଶପୁର ରାସ୍ତାରେ ଆଳିପିଙ୍ଗଳଠାରେ ଦେଵୀନଦୀରେ ଥିବା ସାଂଯୋଗ ସେତୁଟି ଅତି ବିପଦଜନକ ଅବସ୍ଥାରେ ଅଛି |ଯେକୌଣସି ମୁହୂର୍ତ୍ତରେ ପୋଲଟି ଭୁଶୁଡିପଡି, ଧନଜୀବନ ନଷ୍ଟହେବାର ଆଶଙ୍କା ଦେଖାଦେଇଛି |2022ମସିହାରେ ଜଗତସିଂହପୁର ଜିଲ୍ଲାପ୍ରଶାସନ ତରଫରୁ, ଏହି ପୋଲଟିକୁ ଅସୁରକ୍ଷିତ ଘୋଷଣା କରାଯାଇଥିଲା |, ପୋଲ ଉପରେ ଭାରିଯାନ ଚଳାଚଳ କୁ ନିଷେଧ କରାଯାଇଥିଲା |ସେଥିପାଇଁ ପୋଲର ଉଭୟପଟେ ଗେଟ କରାଯାଇଥିଲା |କିଛିଦିନ ଭାରିଜାନ ଚଳାଚଳ ବନ୍ଦ ରହିଲା |ଚୋରାବାଲି ମାଫିଆ ମାନେ ରାତିରେ ଗେଟ ଦୁଇଟିକୁ ଭାଙ୍ଗିଦେଲେ |ପୂର୍ବପରି ବାଲିବୋଝେଇ ଭାରିଯାନ, ଶହ ଶହ ସଂଖ୍ୟା ରେ ପୋଲ ଉପରେ, ବାଲି ପରିବହନ କରୁଛି |ବର୍ତ୍ତମାନ ପୋଲ ଉପରେ ଗଲେ ଛାତି ଥରୁଛି, ଅବସ୍ଥା ବହୁତ ଖରାପ |ଯେକୌଣସି ସମୟରେ ଭୁଶୁଡି ପଡ଼ିବାର ସମ୍ଭାବନା ଦେଖାଦେଇଛି |ପୋଲଉପରେ ଭାରିଯାନ ଚଳାଚଳକୁ ନିଷେଧ କରିବା ପାଇଁ, ପୋଲିସ ମୁତୟନ କରିବାକୁ ସାଧରଣରେ ଦାବୀ ହେଉଛି |
Article Image
Article Image
5