ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଧର୍ମପରାୟଣ ବ୍ୟକ୍ତି ନିତ୍ୟାନନ୍ଦ ସ୍ୱାଇଁ ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ରେ ସତସଙ୍ଗ ଅନୁଷ୍ଠିତ

ଏରସମା, 05/01/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ଜଗତସିଂହପୁର ଜିଲା ଏରସମା ବ୍ଲକ କୃଷ୍ଣ ଚଦ୍ର ପୁର ପଞ୍ଚାୟତ ର ଓରନାଳ ଗ୍ରାମର ସ୍ୱର୍ଗତ ନିତ୍ୟାନନ୍ଦ ସ୍ୱାଇଁ ଙ୍କ ବାସଭବନ ପରିସରରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ପବିତ୍ର ସତସଙ୍ଗ ଏକ ଆଧ୍ୟାତ୍ମିକ ଓ ମନୋଜ୍ଞ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ସୂଚନା ରୁ ଜନ।ପଡ଼ିଛି ସ୍ୱର୍ଗତ ସ୍ୱାଇଁ ଏରସମା ସତସଙ୍ଗ କେଦ୍ର ର ପ୍ରତିଷ୍ଠାତା ସମ୍ପାଦକ ଭାବେ ୨୦୦୭ମସିହା ରୁ ସୁଚାରୁ ରୂପେ କରିଆସୁଥିଲେ।ଏହି ଉପଲକ୍ଷେ ଏକ ବିଶେଷ ଧରଣର ଆଧ୍ୟାତ୍ମିକ ଆଲୋଚନା ଚକ୍ର ଓ ସତସଙ୍ଗ ସ.ପ୍ର.ଋ ହୃଷିକେଶ ଅ।ଚାଯ୍ୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଆଜିର ବିପଥଗାମୀ ସମାଜ ପାଇଁ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଦିବ୍ୟ ଜୀବନୀ ଓ ବାଣୀର ଯଥେଷ୍ଟ ପ୍ରାସଙ୍ଗିକତା ରହିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଭୁବନେଶ୍ୱର ସତସଙ୍ଗ ବିହାରର ବାପି ଭାଇ, ସୌଭାଗ୍ୟ ସ୍ୱାଇଁ,, ନିରଞ୍ଜନ ପ୍ରଧାନ,କୈଳାଶ ଦାସ, ପୂଜ୍ୟ ପୂଜା ସଂସଦ ଏରସମା ର ସମ୍ପାଦକ ମହେଶ୍ୱର ସ୍ୱାଇଁ,ନିମାଇଁ ଚରଣ ସ୍ୱାଇଁ, ଗୌରାଙ୍ଗ ସ୍ୱାଇଁ, ଶଶୀଭୁଷଣ ସ୍ୱାଇଁ, ଅଧୀର ସ୍ୱାଇଁ, ପ୍ରମୁଖ ଏହି ସତସଙ୍ଗ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରି ଆଜିର ସମଗ୍ର ମାନବ ସମାଜ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ବାଣୀ ବିଶେଷ ପ୍ରଣିଧାନ ଯୋଗ୍ୟ ଏବଂ ସମାଜରେ ଶାନ୍ତି, ସଂହତି ଓ ଭାଇଚାରା ପ୍ରତିଷ୍ଠା କେବଳ ସତସଙ୍ଗ, ସତନାମ ଓ ସଦଗୁରୁଙ୍କ ଆଶ୍ରୟ ଦ୍ୱାରା ସମ୍ଭବ ବୋଲି ବକ୍ତା ମାନେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଏରସମା ସତସଙ୍ଗ ବିହାରର ଗୁରୁଭାଇ ଓ ମା ମାନେ ମିଳିମିଶି ପରିଚାଳନା କରିଥିଲେ । ଏହି ସତସଙ୍ଗ ଉତ୍ସବରେ ଆଖପାଖ ଅଞ୍ଚଳର ଶ୍ରୀ ଶ୍ରୀ ଠାକୁରଙ୍କର ବହୁ ଅନୁଗାମୀ ଯୋଗଦେଇଥିଲେ ।
Article Image
6