ରାୟଗଡ଼ା, 05/01/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :

ଭୁବନେଶ୍ୱରରେ ଜାତୀୟ ଜ୍ୟୋତିଷ ସମ୍ମିଳନୀ ରେ ଗୁଣୁପୁର ଜ୍ୟୋତିର୍ବିଦ ଡକ୍ଟର ଗଣେଶ ମାଳି ଙ୍କୁ ଜ୍ୟୋତିଷ ବଶିଷ୍ଠ ସମ୍ମାନ ରେ ସମ୍ମାନିତ ହଇଛନ୍ତି। ପବିତ୍ର ମାଘ କୃଷ୍ଣ ପକ୍ଷ ପ୍ରତିପଦା ତିଥି ଇଂରାଜୀ ୪ ତାରିଖ ରବିବାର ଭୁବନେଶ୍ୱର ସ୍ଥିତ ବୁଦ୍ଧ ବିହାର ରେ ଏକ ଜାତୀୟ ସ୍ତରୀୟ ଜ୍ୟୋତିଷ ସମିଳନୀ ଆୟୋଜିତ ହୋଇଥିଲା ଉକ୍ତ ସମ୍ବିଳନୀ ରେ ରାଜ୍ୟ ଓ ରାଜ୍ୟ ବାହାରୁ ଜ୍ୟୋତିର୍ବିଦ ମାନେ ଯୋଗ ଦେଇ ବର୍ତମାନ ଜ୍ୟୋତିଷ ର ମହତ୍ୱ ଉପରେ ଆଲୋଚନା କରିଥିଲେ। ଅନ୍ତର୍ଜାତୀୟ ବିଶିଷ୍ଟ ଜ୍ୟୋତିର୍ବିଦ ଆଚାର୍ଯ୍ୟ ଶ୍ରୀ ଶିବାନନ୍ଦ ଯେକି ଉତ୍ତର ପ୍ରଦେଶ ରୁ ଆସିଥିଲେ ସେ ମୁଖ୍ୟ ଅତିଥି ଥିଲେ ଓ ବିଭିନ୍ନ ବିନ୍ଦୁ ଆଲୋକପାତ କରିଥିଲେ। ସେହି ସମ୍ବିଳନୀ ରେ ଗୁଣପୁର ର ଜ୍ୟୋତିର୍ବିଦ ଡ଼ ଗଣେଶ ମାଳି ମଧ୍ୟ ଆଲୋଚନା ରେ ଭାଗ ନେଇ ଜ୍ୟୋତିଷ ର ମହତ୍ୱ ଉପରେ ପ୍ରତିପାଦନ କରିଥିଲେ। ତାଙ୍କୁ ସେଠାରେ ଜ୍ୟୋତିଷ ବଶିଷ୍ଟ ସମ୍ମାନ ପ୍ରଦାନ କରାଯାଇଥିଲା ଭାରତୀୟ ଜନତା ପାର୍ଟିର ବରିଷ୍ଟ ନେତା ଗଲକ ମହାପାତ୍ର ଙ୍କ ଠାରୁ ଉପଢ଼କନ ସମ୍ମାନପତ୍ର ଗ୍ରହଣ କୋରିଥିଲେ।ପ୍ରକାଶ ଥାଉକି ଶ୍ରୀ ମାଳି ଙ୍କୁ ଏଥି ପୂର୍ବରୁ ଡ଼କ୍ଟରରେଟ ଜ୍ୟୋତିଷ ଶିରମଣି, ଜ୍ୟୋତିଷ ସମ୍ରାଟ, ସ୍ଵର୍ଣ ପଦକ ପ୍ରାପ୍ତ ହୋଇଥିଲା।ଗୁଣପୁରର ଏହି ଯୁବ ଜ୍ୟୋତିର୍ବିଦ ଙ୍କ ସଫଳତାରେ ପରିବାର,ବନ୍ଧୁ ବାନ୍ଧବ ଓ ଶୁଭେଛୁ ଙ୍କ ଶୁଭେଚ୍ଛା ର ସୁଅ ଛୁଟିବାରେ ଲାଗିଛି। ଶ୍ରୀ ଗଣେଶ ମାଳି ଏହି ଉପାଧି ନିଜ ଆଧ୍ୟାତ୍ମିକ ତଥା ଜ୍ୟୋତିଷ ଗୁରୁ ପୂଜ୍ୟ ୧୦୮ ବ୍ରହ୍ମଲୀନ ସ୍ୱାମୀ ବିଦ୍ୟାନନ୍ଦ ସାଗର ମହାରାଜଙ୍କୁ ସମର୍ପିତ କରିବା ସହ ସମସ୍ତ ଶ୍ରେୟ ତାଙ୍କ ଗୁରୁଙ୍କୁ ଦେଇଛନ୍ତି।