ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କାଶୀପୁର ବିଚାର ବିଭାଗ ପକ୍ଷରୁ ସାପ୍ତାହିକ ଆଇନ ଅଚେତନତା କାର୍ଯ୍ୟକ୍ରମ।

ରାୟଗଡ଼ା / କାଶୀପୁର, 05/01/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ପ୍ରଥମ ଶ୍ରେଣୀ ବିଚାର ବିଭାଗ ଅଦାଲତ ତାଲୁକ ଆଇନ ସେବା ଆନୁକୂଲ୍ୟରେ ଜାତୀୟ ଯୁବ ଦିବସ ପାଳନ ଉଦେଶ୍ୟରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ବ୍ଲକ ଅନ୍ତର୍ଗତ ଖୁରିଗାଁ ଗ୍ରାମପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ କରାଯାଇଥିଲା।
Article Image
କାର୍ଯ୍ୟକ୍ରମ ରେ ମୁଖ୍ୟବକ୍ତା ଭାବେ ପ୍ରଥମ ଶ୍ରେଣୀ ବିଚାରପତି ତଥା ତାଲୁକ ଆଇନ ସେବା କମିଟି ଅଧକ୍ଷା ଶ୍ରୀମତୀ ନର୍ମଦା କର ଯୋଗଦେଇଥିଲେ। କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱମୀ ବିବେକାନନ୍ଦ ଙ୍କ ଜୀବନୀ, ତାଙ୍କର ମାର୍ଗଦର୍ଶନ ଓ ଭାରତୀୟ ସଂସ୍କୃତି ପରମ୍ପରାକୁ ବିଶ୍ୱସମ୍ବିଳନୀ ରେ ସମ୍ବର୍ଦ୍ଧନା ମାଧ୍ୟରେ ପରିଚିତ କରିବା ଇତ୍ୟାଦି ବିଷୟବସ୍ତୁ କୁ ଆଲକୋପାତ କରିଥିଲେ ଏବଂ କାର୍ଯ୍ୟକ୍ରମ ର ପ୍ରମୁଖ ବିଷୟବସ୍ତୁ ଯାହା' ବାଲ୍ୟ ବିବାହ ଉଛେଦ ଓ ନିଶାମୁକ୍ତ ଭାରତ ସମନ୍ଧେ ବିସ୍ତାର ଭାବେ ନିଜ ବକ୍ତବ୍ୟ ଉପସ୍ଥାପନା କରିଥିଲେ।
Article Image
ବିଚାରପତି ଶ୍ରୀମତୀ କର କାର୍ଯ୍ୟକ୍ରମ ଟି ର ପ୍ରତିନିଧିତ୍ୱ କରିଥିଲେ। ଏହି ପରିପେକ୍ଷୀରେ କାଶୀପୁର ଓକିଲସଙ୍ଘ ସଭାପତି କନ୍ହେଇଲାଲ ଜଏନ, ଓକିଲ ପ୍ରେମାନନ୍ଦ ନାଏକ, ଓକିଲ ପ୍ରମୋଦ କୁମାର ନାୟକ, ଓକିଲ ରଞ୍ଜିତ କୁମାର ବୈଦ୍ୟ, କାଶୀପୁର ତାଲୁକ ଆଇନ ସେବା ସମିତି ସଦସ୍ୟ ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ।
Article Image
10