ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବଲେରୋ ଗାଡି ସହ ୩୫୬ ଲିଟର ବିଦେଶୀ ମଦ ଜବତ ,୨ ଗିରଫ

ରାୟଗଡା ଜିଲ୍ଲା ରାମନାଗୁଡା, 05/01/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ରାୟଗଡା ଜିଲ୍ଲା ରାମନାଗୁଡା ପୋଲିସକୁ ବଡ ଧରଣର ସଫଳତା ମିଳିଛି । ଏକ ବଲେରୋ ଗାଡିରେ ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ୩୫୬ ଲିଟର ବିଦେଶୀ ମଦ ଜବତ କରିବା ସହ ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ଗିରଫ ବ୍ୟକ୍ତି ମଧ୍ୟରୁ ଜଣେ ବିହାର ରାଜ୍ୟର ଅନୁଜ କୁମାର ଯାଦବ ଅନ୍ୟ ଜଣେ ବ୍ୟକ୍ତି ଚାନ୍ଦିଲି ଥାନା ଅନ୍ତର୍ଗତ ଦେବଦଳା ଗ୍ରାମର ଗଣେଶ ହିମିରିକା ବୋଲି ଜଣାପଡିଛି । ଗତ କାଲି ରାମନାଗୁଡା ପୋଲିସ ପେଟ୍ରୋଲି କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଉକ୍ତ ବଲେରୋ ଉପରେ ଚଢାଉ କରିଥିଲା । ଚଢାଉ କରି ଗାଡ଼ିରୁ ବିପୁଳ ପରିମାଣର ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦକୁ ଜବତ କରିଥିଲା । ଜବତ ସମସ୍ତ ବିଦେଶୀ ମଦ ରାୟଗଡା ଜିଲାରୁ ଗଜପତି ଜିଲ୍ଲା ଅଭିମୁଖେ ଚୋରା ଚାଲାଣ ହେଉଥିଲା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଜବତ ମଦ ସବୁ କେଉଁ ସ୍ଥାନରୁ ଏବଂ କାହା ନିକଟକୁ ଚୋରା ଚାଳନ ହେଉଥିଲା ଏବଂ ଏହି ଚୋରା ଚାଲାଣରେ ଆଉ କାହାର ସମପୃକ୍ତି ଅଛି ତାହାର ତଦନ୍ତ କରୁଛି ରାମନାଗୁଡା ପୋଲିସ।ଏ ନେଇ ରାମନାଗୁଡା ଥାନା କେସ ନଂ ୨ ମାମଲା ରୁଜୁ କରାଯାଇ ଅଭିଯୁକ୍ତ କୌଟ ଚାଲାଣ କରାଯାଇଛି।
Article Image
Article Image
6