ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣୀ ଅନୁଷ୍ଠିତ

ବୁଗୁଡ଼ା, 05/01/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ସରକାରଙ୍କ ନିର୍ଦ୍ଧେଶ ଅନୁସାରେ ଲୋକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣୀ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ତାକରଡ଼ା ପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଯାଇଅଛି।ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ରେ ବିଡ଼ିଓ ଦୁତିକୃଷ୍ଣ ପାତ୍ର, ତହସିଲଦାର ତାପସ ରାଉତ,ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଧର୍ମରାଜ ପରିଡା, ସିଡିପିଓ ବବିତା ରାଣୀ ପଣ୍ଡା, ସରପଞ୍ଚ ଦିଲ୍ଲିପ ପ୍ରଧାନ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଲୋକମାନଙ୍କ ବିଭିନ୍ନ ଅଭିଯୋଗ ଶୁଣିଥିଲେ। ଏଥିରେ ମୋଟ ୨୬ ଗୋଟି ଅଭିଯୋଗ ପତ୍ର ଦାଖଲ ହୋଇଥିବାବେଳେ ୧୬ ଗୋଟି ବ୍ୟକ୍ତିଗତ ଏବଂ ୧୦ ଗୋଟି ସାମୁହିକ ଅଭିଯୋଗ ର ଶୀଘ୍ର ସମାଧାନ କରାଯିବ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ କହିଛନ୍ତି।ଏହା ସହ ୧୨ଜଣଙ୍କୁ ଦୁଇ ଖାନା ସଂଶୋଧନ ର ନୂତନ ପଟ୍ଟା ବଣ୍ଟନ କରାଯାଇଥିଲା।
Article Image
5