ଏରସମା, 05/01/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
4/1ଏରସମା ବ୍ଲକ ନିକଟସ୍ଥ ସିହା ଗ୍ରାମ ର ବିଭୂତି ଭୂଷଣ ସ୍ୱାଇଁ ଙ୍କ ୭୫ବର୍ଷ ବୟସ ରେ ପରଲୋକ।ସୂଚନା ରୁ ଜଣା ପଡିଛି। ଶ୍ରୀ ଯୁକ୍ତ ସ୍ୱାଇଁ କେଉଁଝର ଜିଲ୍ଲା ର ଭଦ୍ରା ସାହି ବାସ ଭବନ ରେ ଅବସ୍ଥାନ କରୁଥିଲେ। ଗତ ସଂଧ୍ୟ୍ୟ। ୭. ୧୫ମିନିଟ ହୃଦଘାତ ରେ ପରଲୋକ ହୋଇଅଛି।ସେ ଜଣେ ମିଷ୍ଟ ଭାସି ଏବଂ ପରଉପକାରୀ ବ୍ୟକ୍ତି।ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ମାତ୍ରେ ଏରସମା ଅଂଚଳ ରେ ଶୋକର ଛାୟା ଖେଳି ଯାଇଛି।ଗାଁ ମଶାଣି ରେ ଶେଷ କୃତ୍ୟ ସମାପନ କରାଯାଇଥିଲା। ପୁତ୍ର ସ୍ମୃତି ରଞ୍ଜନ ସାମନ୍ତରାୟ ମୁଖାଅଗ୍ନି ଦେଇଥିଲା ବେଳେ।ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ଶେଷ ଦର୍ଶନ କରିବାସହ ଆଞ୍ଚଳିକ ପୂଜ୍ୟ ପୂଜା ସଂସଦ ସଭାପତି ପଣ୍ଡିତ ନାଗୁଚରଣ ଦେବତା, ମହେଶ୍ଵର ସ୍ୱାଇଁ, ଡ଼କ୍ଟର ବସନ୍ତ ମଞ୍ଜରୀ ଦାସ,ଗ୍ରାମୀୟ କମିଟି ସଭାପତି ଆଶିଷ କୁମାର ସ୍ୱାଇଁ ,କୈଳାଶ ସ୍ୱାଇଁ, ଡ଼କ୍ଟର ତନ୍ମୟ ସେଠି, ବୈଦ୍ୟ ନାଥ ସାହୁ,ହୃଷିକେଶ ଜେନା, ବିପିନ ବିହାରୀ ସ୍ୱାଇଁ,
ନଗେନ୍ଦ୍ର ସ୍ୱାଇଁ, ଅରୂପାନନ୍ଦ ସ୍ୱାଇଁ, ବଂଶୀଧର ସ୍ୱାଇଁ, ପ୍ରତାପ କେଶରୀ ସ୍ୱାଇଁ,ପ୍ରମୁଖ ଅମର ଆତ୍ମର ସଦଗତି କାମନା କରିଥିଲେ।