ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବ୍ୟାପକ ବୃକ୍ଷ ରୋପଣ

ତିର୍ତ୍ତୋଲ, 05/01/2026, ଉତ୍କଳ voice news - utkalvoicenews.com( ତିର୍ତୋଲ ରୁ ଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ ) :
Article Image
ଆଜି ସତସଙ୍ଗ ର ପରମପୂଜ୍ୟ ଶ୍ରୀ ଶ୍ରୀ ଅବିନ୍ ଦାଙ୍କ ୨୬ତମ ଜନ୍ମ ଦିବସ ଅବସରରେ ସତସଙ୍ଗ କେନ୍ଦ୍ର ଝଙ୍କଡ଼ ଓ ରାହାମା ସତସଙ୍ଗ ବିହାର ଠାରେ ବ୍ୟାପକ ଵୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ସ୍ଥାନୀୟ ଗୁରୁଭାଇ ଓ ମା ମାନେ ଏହି ଅବସରରେ ବିଭିନ୍ନ ଔଷଧୀୟ ଓ ଫଳ ଜାତୀୟ ବୃକ୍ଷ ରୋପଣ କରିଥିଲେ।ରାହାମା ସତସଙ୍ଗ ବିହାର ଠାରେ ଅବସର ପ୍ରାପ୍ତ ପୋଲିସ ଅଫିସର ଉତ୍ତମ ଚରଣ ରାଉତ, ଇଂଚାର୍ଜ ବିଜୟ କୁମାର ମହାନ୍ତି, ସୁଦର୍ଶନ ସାହୁ, ପ୍ରଶାନ୍ତ ମଣ୍ଡଳ, ବସନ୍ତ ସାହୁ,ପ୍ରଶାନ୍ତ ପ୍ରଧାନ ସଂଜୀବ ଦାସ, ରବୀନ୍ଦ୍ର ପ୍ରଧାନ,କର୍ମୀ ହେମନ୍ତ ବର୍ଦ୍ଧନ,ମନୋରଞ୍ଜନ ସାହୁ, ପ୍ରମୁଖ ବୃକ୍ଷରୋପଣ କରିଥିବା ବେଳେ ଝଙ୍କଡ଼ କେନ୍ଦ୍ରରେ ତିର୍ତ୍ତୋଲ ଅଗ୍ନିଶମ ବାହିନୀ ର ଅଫିସର ବିଶ୍ୱାଳ ଭାଇ,ପୁରୁଷୋତ୍ତମ ଭାଇ, ରବିନାରାୟଣ କର, କାର୍ତ୍ତିକ ଭାଇ ପ୍ରମୁଖ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।ସଂଧ୍ୟାରେ ନାମ ସଂକିତ୍ତର୍ନ ସତସଙ୍ଗ ଅନୁଷ୍ଠିତ ହୋଇଥିଲା.
Article Image
Article Image
58