ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାଷ୍ଟ୍ରୀୟ କଳା ମଞ୍ଚ ତରଫରୁ ସ୍ଵାମୀ ବିବେକାନନ୍ଦ ସ୍ଵୟଂ ଶାସିତ ମହାବିଦ୍ୟାଳୟ ରେ ଯୁବା ଦିବସ ପାଳିତ

ଜଗତସିଂହପୁର, 06/01/2026, ଉତ୍କଳ voice news - utkalvoicenews.com( ଓ଼ମଂ ଦାସ ଙ୍କ ରିପୋର୍ଟ। ) :
Article Image
*ସତ୍ୟ ପ୍ରକାଶ ମହାନ୍ତି* ଙ୍କ ନେତୃତ୍ୱରେ ସ୍ଵାମୀ ବିବେକାନନ୍ଦ ସ୍ଵୟଂ ଶାସିତ ମହାବିଦ୍ୟାଳୟ ରେ ରାଷ୍ଟ୍ରୀୟ କଳା ମଞ୍ଚ ଦ୍ବାରା ସ୍ଵାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ଓ ରାଷ୍ଟ୍ରୀୟ ଯୁବା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ ଉତ୍ତୀର୍ଣ୍ଣ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଛି। ଏହି କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ କ୍ୟାପଟେନ ସଞ୍ଜୀବ କୁମାର ମୁଦୁଲି, ମୁଖ୍ୟ ବକ୍ତା ମହାବିଦ୍ୟାଳୟ ଅଧ୍ୟକ୍ଷା Dr. ସୁଜାତା ଓତ୍ତା , ସମ୍ମାନିତ ଅତିଥି ରାଷ୍ଟ୍ରୀୟ କଳା ମଞ୍ଚ ରାଜ୍ୟ ସଂଯୋଜକ ଦେବପ୍ରସାଦ ବେହେରା, ଜିଲ୍ଲାର ଟାଣୁଆ ଛାତ୍ର ନେତା *SFD* ରାଜ୍ୟ ସହ-ସଂଯୋଜକ ସତ୍ୟ ପ୍ରକାଶ ମହାନ୍ତି, ସମାଜସେବୀ ଶ୍ରୀମତୀ ଚନ୍ଦ୍ରକାନ୍ତି ପଲେଇ ଓ ଏବିଭିପି ଜଗତସିଂହପୁର ଜିଲ୍ଲାର ପୁରାତନ ଜିଲ୍ଲା ସହ-ପ୍ରମୁଖ ଶଶାଙ୍କ ଶେଖର ପଣ୍ଡା ଯୋଗ ଦେଇଥିଲେ।। ଛାତ୍ର ନେତା ସତ୍ୟ ପ୍ରକାଶ ମହାନ୍ତି ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵାମୀ ବିବେକାନନ୍ଦଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ଓ କ୍ୟାମ୍ପସ କୁ ନିଶା ମୁକ୍ତ ଓ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଆହ୍ବାନ ଦେଇଥିଲେ ଓ ମୁଖ୍ୟ ଅତିଥି ବିବେକାନନ୍ଦଙ୍କ ମାର୍ଗ ରେ ଚାଲିବା ପାଇଁ ପରାମର୍ଶ ଦେଇଥିଲେ ।। କଲେଜର ଅଧ୍ୟକ୍ଷା ବିବେକାନନ୍ଦ ଙ୍କୁ ମନେ ପକାଇ ଭାବ ବିହୁଳ ହୋଇ ପିଲା ମାନଙ୍କୁ ତାଙ୍କ ପରି ଚରିତ୍ରବାନ ବ୍ୟକ୍ତି ହେବାପାଇଁ ପରାମର୍ଶ ଦେଇଥିଲେ।। ଶ୍ରୀଯୁକ୍ତ ପଣ୍ଡା ପରିଷଦ ର ପୂର୍ବ କାର୍ଯ୍ୟ ପଦ୍ଧତି କୁ ମନେ ପକାଇ ଭାବ ବିହୁଳ ହୋଇଥିଲେ। ସର୍ବ ଶେଷରେ ସତ୍ୟ ପ୍ରକାଶ ମହାନ୍ତି ଧନ୍ୟବାଦ ଜ୍ଞାପନ କରିଥିଲେ।।
Article Image
18