ଜଗତସିଂହପୁର, 06/01/2026, ଉତ୍କଳ voice news - utkalvoicenews.com( ସରୋଜ ନାୟକ ଙ୍କ ରିପୋର୍ଟ ) :
ଅଡଶପୁର ରାସ୍ତା ରେ ଆଳିପିଙ୍ଗଳ ପୋଲଠାରୁ ସିଠାଳ ପୋଲ ପର୍ଯ୍ୟନ୍ତ ନଦୀବନ୍ଧ ରାସ୍ତାର ସମ୍ପ୍ରସାରଣ କାମଚାଲିଛି |ଏହାର ବ୍ୟୟଅଟକଳ 8କୋଟି 99ଲକ୍ଷ ଟଙ୍କା ଥିଲା |କାମ ଶେଷକରିବାର ସମୟଥିଲା 30/12/2023|ଏବେସୁଦ୍ଧା କାମ ଚାଲିଛି |ଏହି କାମଟି କଟକ ଆର ଆଣ୍ଡ ବି ଡିଭିଜନ 2ଅଧୀନରେ |ଗୋପାଳପୁର ସବ -ଡିଭିଜନ ଓ କଣ୍ଟାପଡା ସେକ୍ସନ ଅଧୀନରେ ଅଛି |ସମସ୍ତେ ମୋଟା ଅଙ୍କର ପିସି ନେଇ, ଠିକାଦାରଙ୍କୁ ସରକାରୀ ଅର୍ଥ ହଡପ କରିବାକୁ ସୁଯୋଗ ଦେଉଛନ୍ତି ବୋଲି, ସ୍ଥାନୀୟ ଅଂଚଳରେ ଆଲୋଚନା ହେଉଛି |ପିଚୁ ହେବାର ପରଦିନ, ରାସ୍ତାରୁ ଗୋଡି ଉଠିଯାଇଛି |ରିଟେନିଙ୍ଗ ୱାଲ ନିର୍ମାଣରେ ବ୍ୟାପକ ଘୋଟାଲା ହୋଇଛି |ରିଟେନିଙ୍ଗ ୱାଲ ର ମୁଳୁଡୁଆ ବସେ ର ଓସାର ଓ ଉଚତାନିର୍ମାଣ, ସରକାରୀ ମାର୍ଗଦର୍ଶିକା ଅନୁସାରେ କରାଯାଇନାହିଁ |ନ୍ୟାପକ ହରିଲୁଟ କରାଯାଇଛି |କଣ୍ଟାପଡା କନିଷ୍ଠ ଯନ୍ତ୍ରୀ ଙ୍କୁ ଅଭିଯୋଗ କଲେ କିଛି ସୁଫଳ ମିଳୁନି |ମୁଖ୍ୟମନ୍ତ୍ରୀ, ଭିଜିଲାନ୍ସ ତଦନ୍ତ କାରବାକୁ, ନିର୍ଦେଶ ଦେବାପାଇଁ ଉପକୂଳ ଓଡିଶା ବିକାଶ ପରିଷଦ ର ଆବାହକ ସରୋଜ ନାୟକ, ଡକ୍ଟର ଧୃତିଧର ଦାସ, ତପନ କୁମାର ଜେନା ପ୍ରମୁଖ, ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି |