ରାୟଗଡା ଜିଲ୍ଲା କାଶୀପୁର ବ୍ଲକ , 06/01/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ପ୍ରଥମ ଶ୍ରେଣୀ ବିଚାର ବିଭାଗ ଅଦାଲତ ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ଜାତୀୟ ଯୁବ ଦିବସ ପାଳନ ଉଦେଶ୍ୟରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ କାଶୀପୁର ସଦର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ କରାଯାଇଥିଲା।

କାର୍ଯ୍ୟକ୍ରମ ରେ ମୁଖ୍ୟବକ୍ତା ଭାବେ ପ୍ରଥମ ଶ୍ରେଣୀ ବିଚାରପତି ତଥା ତାଲୁକ ଆଇନ ସେବା କମିଟି ଅଧକ୍ଷା ଶ୍ରୀମତୀ ନର୍ମଦା କର ଯୋଗଦେଇଥିଲେ। କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱମୀ ବିବେକାନନ୍ଦ ଙ୍କ ଜୀବନୀ, ତାଙ୍କର ମାର୍ଗଦର୍ଶନ ଓ ଭାରତୀୟ ସଂସ୍କୃତି ପରମ୍ପରାକୁ ବିଶ୍ୱ ଦରବାରରେ ସଫଳତା ର ସହ ବିଶ୍ୱ ଧର୍ମ ସମ୍ବିଳନୀ କାର୍ଯ୍ୟକ୍ରମ ରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରି ବିରୋଳ ଇତିହାସ ରଚିଥିଲେ । ଏହି ଭଳି ସ୍ୱାମୀ ବିବେକାନନ୍ଦଙ୍କ ଦିଗଦର୍ଶନ ସ୍ମୃତିଚାରଣ କରିଥିଲେ। ଏବଂ କାର୍ଯ୍ୟକ୍ରମ ର ପ୍ରମୁଖ ବିଷୟବସ୍ତୁ ଯାହା' ବାଲ୍ୟ ବିବାହ ଉଛେଦ ଓ ନିଶାମୁକ୍ତ ଭାରତ ସମ୍ୱନ୍ଧୀୟ ଆଧାରିତ ବିଷୟରେ ବିସ୍ତାର ଭାବେ ନିଜ ବକ୍ତବ୍ୟ ମାଧ୍ୟରେ ଉପସ୍ଥାପନା କରିଥିଲେ।
ଅନୁଷ୍ଠିତ କାର୍ଯ୍ୟକ୍ରମ ରେ କାଶୀପୁର ଓକିଲସଙ୍ଘ ସଭାପତି କନ୍ହେଇଲାଲ ଜୈନ, ଓକିଲ ପ୍ରେମାନନ୍ଦ ନାଏକ, ଓକିଲ ପ୍ରମୋଦ କୁମାର ନାୟକ, ଓକିଲ ରଞ୍ଜିତ କୁମାର ବୈଦ୍ୟ,ଓକିଲ ରାଶି ମାଝୀ, ପି.ଏଲ.ବି ମେମ୍ବର ପି. ଦେବେନ୍ଦ୍ର କୁମାର ରାଓ, ଅନିଲ କୁମାର ଜୈନ ଓ ବିଦ୍ୟାଳୟ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ।
ଉକ୍ତ କାର୍ଯ୍ୟକ୍ରମ ର ପ୍ରତିନିଧିତ୍ବ ଦାୟିତ୍ୱ ଏବଂ ମୁଖ୍ୟ ବକ୍ତା ରୂପେ ବିଚାରପତି ଶ୍ରୀମତୀ କର ନିର୍ବାହନା କରିଥିବା ସ୍ଥଳେ କାଶୀପୁର ଆଇନ ସେବା ସମିତି କାର୍ଯ୍ୟକ୍ରମ ର ସମ୍ପୂର୍ଣ ଆୟୋଜନ କରିଥିଲେ ।