ତିର୍ତୋଲ, 06/01/2026, ଉତ୍କଳ voice news - utkalvoicenews.com( ତିର୍ତୋଲ ରୁ ଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ ) :

ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ରାଧାକାନ୍ତ ବିଦ୍ୟାମନ୍ଦିର,କଟରା ରେ ୨୦୦୪ ମସିହା ମାଟ୍ରିକ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଉତ୍ସବ ବେଶ୍ ଆଡମ୍ବର ରେ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଅଛି।ଏହି ବନ୍ଧୁମିଳନ ଉତ୍ସବ ରେ ପ୍ରଥମେ ଗୁରୁପୂଜା ଅନୁଷ୍ଠିତ ହୋଇଥିଲା। ଏହାପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ସଭାରେ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଆଜିର ବନ୍ଧୁମିଳନ ସମ୍ପର୍କରେ ଆଲୋଚନା କରିବା ସହିତ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ। ଏହାପରେ ଛାତ୍ରଛାତ୍ରୀ ମାନଙ୍କ ତରଫରୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଚିତ୍ରତୃଳି ମାଧ୍ୟମରେ ନିମିତ କରାଯାଇଥିବ ରାଧାକୃଷ୍ଣ ଙ୍କ ଫଟୋଚିତ୍ର ସହିତ ଉତ୍ତରି ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାପରେ ଉପସ୍ଥିତ ଛାତ୍ରଛାତ୍ରୀ ମାନେ କେକ୍ କାଟି ପରସ୍ପର ମଧ୍ୟରେ ଖୁଆଇବା ସହିତ ଭାବର ଆଦାନ ପ୍ରଦାନ କରିଥିଲେ।ଏହି ବନ୍ଧୁମିଳନ ଉତ୍ସବରେ ଶିକ୍ଷକ ମହେନ୍ଦ୍ର କୁମାର ଆଚାର୍ଯ୍ୟ,ବିରକିଶୋର ମହାନ୍ତି,ସୁକାନ୍ତ କୁମାର ରାଉତ, ଧିରେନ୍ଦ୍ର ନାଥ ବିଶ୍ଵାଳ ଓ ଶିକ୍ଷୟିତ୍ରୀ ଭାନୁପ୍ରଭା ପରିଡ଼ା ପ୍ରମୁଖ ଉପସ୍ଥିତ ରହି ନିଜର ଅଭିଭାଷଣ ଜରିଆରେ ଛାତ୍ରଛାତ୍ରୀ ଙ୍କ ବନ୍ଧୁତା ସମ୍ପର୍କରେ ଆଲୋଚନା କରିଥିଲେ। ଏଥି ସହିତ ଏହି ବନ୍ଧୁମିଳନ ଉତ୍ସବ କୁ ଅବିନାଶ ନାୟକ, ରସ୍ମୀରେଖା ମହାନ୍ତି,ପବିତ୍ର ସ୍ବାଇଁ, ରଞ୍ଜିତ ବେଉରା,ଜୋତ୍ରୀମୟୀ ବିଶ୍ଵାଳ,ରଞିତ ବିଶ୍ଵାଳ ଙ୍କ ସମେତ ୬୫ ରୁ ଅଧିକ ପୁରାତନ ଛାତ୍ର ଛାତ୍ରୀ ଯୋଗଦେଇଥିଲେ।ସଭା ପରିଶେଷରେ ଦେବାଶିଷ ଗ୍ରହାଚାଯ୍ୟ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହାପରେ ଏକ ନୈଶ୍ୟ ଭୋଜିର ଆସର ଜମିଥିଲା। ଆଗାମୀ ଦିନରେ ଏହି ବନ୍ଧୁମିଳନ ଉତ୍ସବକୁ ଉଚ୍ଚ କୋଟିର କରିବାକୁ ଛାତ୍ରଛାତ୍ରୀ ମାନେ କହିଛନ୍ତି।