ବୁଗୁଡ଼ା, 07/01/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :

ବିଜେପିରେ ସାମିଲ ହେଲେ ବେତାରସିଂ ଗ୍ରାମର ସମସ୍ତ ବିଜେଡି କର୍ମୀ । ଆଜି ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଗୋଳାବନ୍ଧ ପଞ୍ଚାୟତର ବେତାରସିଂ ଗ୍ରାମରେ ବିଜେପି ପକ୍ଷରୁ ଏକ ସାଙ୍ଗଠନିକ ବୈଠକ ସହିତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ସାଙ୍ଗଠନିକ ବୈଠକକୁ ନେଇ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଯୁବ ନେତା ଟୁକୁନା ଜେନାଙ୍କ ନେତୃତ୍ବରେ ପଞ୍ଚାୟତର ସରପଞ୍ଚ ମଉନା ଜେନା ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ବେଳେ ୪ ଜଣ ଓ୍ବାର୍ଡ ମେମ୍ବର ନାଏବ ସରପଞ୍ଚ ବିରୁପାକ୍ଷ ଭୂୟାଁ ,କଂଗ୍ରେସ ସ୍ୱାଇଁ,ସିମାଞ୍ଚଳ ସ୍ବାଇଁ, ସନ୍ତୋଷ କୁମାର ଭୂୟାଁ,ଆଦିକନ୍ଧ ଭୁୟାଁ, ମୂରଲୀ ଭୂୟାଁ,କପିଳ ଜେନା,ସଂଗ୍ରାମ ବିଷୋୟୀ,କାଳୁ ମହାରଣା,ରବି ବେହେରା,ବିପ୍ର ସ୍ବାଇଁ, ଅଶୋକ କୁମାର ଭୁୟାଁ,କାଳିଆ ଜେନା ସହିତ ଶତାଧିକ ବିଜେଡି କର୍ମୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟ ମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳ ତ୍ୟାଗ କରି ବିଜେପି ସାମିଲ ହୋଇଥିଲେ। ଦଳ ପରିତ୍ୟାଗ କରିଥିବା ସମସ୍ତ କର୍ମୀ ମାନଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଭାରତୀୟ ଜନତା ପାର୍ଟିକୁ ମନ୍ତ୍ରୀ ଶ୍ରୀ ମଲ୍ଲିକ ସ୍ବାଗତ କରିଥିଲେ।ଅଧ୍ୟକ୍ଷଙ୍କ ପ୍ରତିନିଧି କେ ନିଳମାଧବ ଆଚାରୀ, ଉପାଧ୍ୟକ୍ଷ ମାନସ ରଂଜନ ପ୍ରଧାନ,ନଗର ସଭାପତି କେଦାରନାଥ ମହାରଣା ମଦନ ଗୋପାଳ ଦୋରା, ସୁନୀଲ ପାଢ଼ୀ,କେ ଯଜ୍ଞ ନାରାୟଣ ପାତ୍ର ହରପ୍ରସାଦ ସାହୁ, ରବିନ୍ଦ୍ର ପରିଡ଼ା, ଗୌରାଙ୍ଗ ପ୍ରଧାନ, ବସନ୍ତ ସାମଲ,ନଟବର ଜେନା, ସୁଶାନ୍ତ କୁମାର ଡାକୁଆ, ପୂର୍ଣ୍ଣଚନ୍ଦ୍ର ଭୁୟାଁ, ସନ୍ତୋଷ ବିଶ୍ୱାଳ, ସନ୍ତୋଷ ଭୋଳ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ।
