ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପୋଇଓ ଗ୍ରାମରେ ସ୍ବେଛାକୃତ ରକ୍ତଦାନ ଶିବିର।

ତିର୍ତୋଲ, 07/01/2026, ଉତ୍କଳ voice news - utkalvoicenews.com( ତିର୍ତୋଲ ରୁ ଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତୁଳଙ୍ଗ ପଞ୍ଚାୟତ ର ପୋଲିଓ ଗ୍ରାମର ସ୍ବର୍ଗତ ଶ୍ରୀରାମ ଚନ୍ଦ୍ର ଦଳାଇ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଶ୍ରୀରାମ ତ୍ରୀର୍ଥ ପାର୍କ ରେ ଅନୁଷ୍ଠିତ ହୋଇଯାଇଅଛି।ଏହି ସ୍ବେଛାକୃତ ରକ୍ତଦାନ ଶିବିର ରେ ଆଖ ପାଖ ଅଞ୍ଚଳର ଲୋକମାନେ ରକ୍ତଦାନ କରିଥିଲେ। ଏଥିରେ ଗରାମ ଓ ତୁଳଙ୍ଗ ପଞ୍ଚାୟତ ର ଅନେକ ସ୍ବେଛାସେବୀ ଓ ଯୁବ ସଂଗଠକ ମାନେ ଏକତ୍ରିତ ହୋଇ ଏହି ଶିବିରକୁ ପରିଚାଳନା କରିଥିଲେ। ଏହି ଶିବିରରେ ଜିଲ୍ଲା ବ୍ଲକ ବ୍ୟାଙ୍କ୍ ଗୃପ ସଦସ୍ୟମାନେ ଉପସ୍ଥିତ ଥିଲେ। ଏଥିରେ ଡ଼ଃ ମାନସ ରଞ୍ଜନ ରାଉତ ଉପସ୍ଥିତ ଥିଲେ। ଏହି ଶିବିରରେ ମୋଟ ୩୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଏଥିରେ ପୋଲିଓ ଗ୍ରାମର ଅନ୍ତର୍ଯ୍ୟାମୀ ବେହେରା, ରାଜେଶ କୁମାର ନାୟକ,ମନୋଜ ପାଳ ଙ୍କ ସମେତ ଗରାମ ପଞ୍ଚାୟତ ର ସମିତି ସଭ୍ୟ ଉମେଶ ଚନ୍ଦ୍ର ବାରିକ,ତୁଳଙ୍ଗ ସମିତି ସଭ୍ୟ ଦେବି ପ୍ରସାଦ ପାଳ,ପରିବେଶବିତ୍ ପ୍ରଦ୍ୟୁମ୍ନ ରଥ,ସୁଚିନ୍ତା ସେବା ସଂଗଠନର ମୁଖ୍ୟ ଶିବ ପ୍ରସାଦ ସାହୁ, ସାମ୍ବାଦିକ ପ୍ରଭାତ କୁମାର ପରିଡ଼ା,ପ୍ରଦିପ୍ତ ବିଶ୍ଵାଳ,ବିଜୟ ବାରିକ,କିତ୍ତୀଚନ୍ଦ୍ର ସ୍ବାଇଁ ଙ୍କ ସମେତ ଗ୍ରାମର ସମସ୍ତ ଯୁବକ ଓ ବୁଦ୍ଧିଜୀବିମାନେ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଏହିଭଳି ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ କରିବାପାଇଁ ସମସ୍ତେ ଲକ୍ଷ୍ୟ ରଖିଛନ୍ତି। ଏଥିରେ ରକ୍ତଦାତା ଭାବେ ଶିକ୍ଷକ ସୁଶାନ୍ତ କୁମାର ନାୟକ, ବିଶ୍ଵଜିତ କୁଅଁର, ଚନ୍ଦ୍ରକାନ୍ତ ସ୍ବାଇଁ,ମାନସ ରଞ୍ଜନ ଦାସ,ପ୍ରକାଶ ପରିଡ଼ା,କୁନିଲତା ପାଳ,ଦିଲିପ ପାତ୍ର, ଦେବିପ୍ରସାଦ ରାଉଳ ପ୍ରମୁଖ ଯୋଗଦେଇ ସ୍ବେଛାକୃତ ରକ୍ତଦାନ କରିଥିଲେ।
Article Image
Article Image
14