ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟ, ପାରାଦୀପ ଗଡ ରେ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ l

ପାରାଦୀପ ଗଡ , 07/01/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ଆଜି ରାଜ୍ୟର ୩୦ ଗୋଟି ଜିଲ୍ଲାରେ ୧୧୮ ଗୋଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି l ରାଜ୍ୟ ସରକାର ଜଗତସିଂହପୁର ଜିଲ୍ଲାର ଏକମାତ୍ର ସ୍କୁଲ ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟ, ପାରାଦୀପ ଗଡ କୁ ଗୋଦାବରିଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭାବେ ମନୋନୀତ କରିଛନ୍ତି l ଉକ୍ତ ବିଦ୍ୟାଳୟ ରେ ୭୭୪ ଜଣ ଛାତ୍ର, ଛାତ୍ରୀ ଅଧ୍ୟୟନ କରୁଛନ୍ତି l ଭିତ୍ତିଭୂମି ର ବିକାଶ, ସ୍ମାର୍ଟ୍ କ୍ଲାସ ରୁମ୍, ଗୁଣାତ୍ମକ ଶିକ୍ଷା, ବିଜ୍ଞାନ ଗବେଷଣା ଓ ପରୀକ୍ଷାଗାର, ଖେଳ ପଡିଆ ଓ ଖେଳ ଉପକରଣ, ପାର୍କ, ସବୁଜ ପରିବେଶ ଆଦି ରେ କ୍ଷେତ୍ରରେ ୫ ରୁ ୭ କୋଟି ଟଙ୍କା ବିନିଯୋଗ କରାଯିବ l ଉକ୍ତ ଆଦର୍ଶ ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ମାନେ ସମସ୍ତ ସୁବିଧା ସୁଯୋଗ ଉପଭୋଗ କରିପାରିବେ l ଉକ୍ତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ସାଂସଦ ଶ୍ରୀଯୁକ୍ତ ବିଭୁ ପ୍ରସାଦ ତରାଇ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଜିଲ୍ଲାପାଳ, ପାରାଦୀପ ନିରଞ୍ଜନ ବେହେରା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ମେହେର, ମଣ୍ଡଳ ଶିକ୍ଷା ଅଧିକାରୀ ମନୋଜ କୁମାର ବେହେରା, କୁଜଙ୍ଗ ପଞ୍ଚାୟତ ସମିତି ଅଧକ୍ଷା ନୀନାରାଣୀ ସାହୁ, ପାରାଦୀପ ଗଡ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା, ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ଇତିଶ୍ରୀ ସାହୁ, ସିଆରସିିସି ଶ୍ରୀ ସମୀର କୁମାର ଓଝା, ଶିକ୍ଷା କମିଟି ସଭାପତି ଜୀବନଧନ ବେହେରା ପ୍ରମୁଖ ଯୋଗଦେଥିଲେ l ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ସ୍ବାଗତ ଅଭିଭାଷଣ ଦେଇଥିବା ବେଳେ, ସୁବାସ ସେନାପତି ସଭା ସଞ୍ଚାଳନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ କୁ ପ୍ରଭାତ ନଳିନୀ ବେହେରା, ମିନାର୍ଭ ସ୍ଵାଇଁ, ମିନାର୍ଭା ପଣ୍ଡା, ବିଜୟଲକ୍ଷ୍ମୀ ସ୍ବାଇଁ, ସାଗରିକା ସ୍ଵାଇଁ, ବିଷ୍ଣୁପ୍ରିୟା ସ୍ଵାଇଁ, ଏଲିନା ମହାନ୍ତି, ରମାକାନ୍ତ ଖଣ୍ଡୁଆଳ, ଦୀପିକା ସୋରେନ, ସମ୍ପଦ ମୁଦୁଲି, ସାର୍ଥକ ମହାନ୍ତି, ସିଦ୍ଧାନ୍ତ ସାହୁ, ଓମ ପ୍ରକାଶ ସାହୁ, ଚନ୍ଦ୍ର ଶେଖର ଚୌଧୁରୀ, ଅଲେଖ ମହାରଥା, ବିଚିତ୍ର ପ୍ରଧାନ, ପ୍ରଭାତ ସାହୁ ପ୍ରମୁଖ ପରିଚାଳନା କରିଥିଲେ l ପାରାଦୀପ ଗଡ ରେ ଆଦର୍ଶ ବିଦ୍ୟାଳୟ ସ୍ଥାପନ ହେଉଥିବାରୁ ଅଞ୍ଚଳ ବାସୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ଵାଇଁ ଙ୍କୁ କୃତଜ୍ଞତା ଜଣାଇଛନ୍ତି l
Article Image
Article Image
6