ଏରସମା / ବାଲିତୁଠ, 08/01/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*

ଏରସମା ବ୍ଲକ୍ ଅନ୍ତର୍ଗତ ପି ଏମ୍ ଶ୍ରୀ କୁଞ୍ଜବିହାରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନୂଆଗାଁ ପରିସରରେ,ପି ଏମ୍ ଶ୍ରୀ ମେଳା ଅନୁଷ୍ଠିତ ହୋଇଛି।ଏହି ମେଳାରେ କ୍ରୀଡାଙ୍ଗନା,କୈାଶଳି,ଜିଜ୍ଞାସା,ସାହିତ୍ୟ,ସ୍ରୃଜନୀ,ଦୋକାନ ଯାତ୍ରା ପ୍ରଭ୍ରୃତି ବିଭିନ୍ନ ପ୍ରକଳ୍ପ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରଦର୍ଶନ କରାଯାଇଥିଲା।ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ଏରସମା ମଣ୍ଡଳ ଶିକ୍ଷାଧିକାରୀ ବିଶ୍ବମ୍ବର ମଲ୍ଲିକ ମୂଖ୍ୟ ଅତିଥି ଭାବେ ଯୋଗଦେଇ ସରକାରଙ୍କ ପି ଏମ୍ ଶ୍ରୀ ମେଳା ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜ୍ବଳ ଭବିଷ୍ୟତର ଏକ ମାଇଲଖୁଣ୍ଟ ବୋଲି କହିଥିଲେ।ତେବେ ସରକାରଙ୍କ ନିର୍ଦ୍ଦେଶ ମୁତାବକ ପ୍ରକଳ୍ପ ଗୁଡିକ ପ୍ରଦର୍ଶନରେ ସ୍ଥାନିତ ହୋଇନଥିବାରୁ ସେ' କ୍ଷୋଭ ପ୍ରକାଶ କରିଥଲେ।ପ୍ରଧାନ ଶିକ୍ଷୟିତ୍ରୀ କୀରଣବାଳା ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ସହକାରୀ ଶିକ୍ଷାଧିକାରୀ ଲିଆକତ୍ ଅଲ୍ଲୀ ଖାଁ,ଅବସରପ୍ରାପ୍ତ ସହକାରୀ ଶିକ୍ଷାଧିକାରୀ ଗୋପବନ୍ଧୁ ନାୟକ,ସ୍ଥାନୀୟ ସରପଞ୍ଚ ସୁଚୀତ୍ରା ମନ୍ତ୍ରୀ,ବରିଷ୍ଠ ସାମ୍ବାଦିକ ବିଶ୍ଵନାଥ ରାଉତ, ପରିଚାଳନା କମିଟି ସଭାନେତ୍ରୀ ନିର୍ମଳା ନାୟକ,ପଞ୍ଚସଖା ଶିକ୍ଷା ସେତୁ ସଭାପତି ବଂଶୀଧର ମନ୍ତ୍ରୀ,ଅବସରପ୍ରାପ୍ତ ଶିକ୍ଷକ କେଦାର ନାଥ ସେଠି ପ୍ରମୁଖ ଯୋଗଦେଇ ଥିଲେ।ନୂଆଗାଁ ସାଧନ କେନ୍ଦ୍ର ସଂଯୋଜକ ଶେଷଦେବ ସ୍ଵାଇଁ ମଞ୍ଚ ପରିଚାଳନା କରିଥିଲେ।