କୁଜଙ୍ଗ , 08/01/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :

ଯୁବ ଗବେଷକ ତଥା ଓଡିଶା ସାହିତ୍ୟ ଏକାଡେମୀ ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ଚଳିତ ବର୍ଷ ପାଇଁ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଉତ୍ସବ ଅବସରରେ ଜାନୁଆରୀ 12 ତାରିଖରେ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ମହାତ୍ମା ନାଥବ୍ରହ୍ମ ଯୁବ ଗବେଷକ ପୁରସ୍କାର ପାଇବାକୁ ବୁଧବାର ରାତିରେ ଘୋଷଣା ହୋଇ ଥିବାରୁ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ଆନନ୍ଦ ପ୍ରକାଶ ପାଇଛି l ଜଗତସିଂହପୁର ଜିଲ୍ଲା କୁଜଙ୍ଗର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ପ୍ରିୟବନ୍ଧୁ ସାରସ୍ୱତ ଏକାଡେମୀ ପକ୍ଷରୁ ଯୁବ ଗବେଷକ ଡକ୍ଟର ହୋତାଙ୍କୁ ପ୍ରିୟବନ୍ଧୁ ସଭାପତି ଡକ୍ଟର ରଘୁନାଥ ସାହୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି l ଡକ୍ଟର ସାହୁ କହିଛନ୍ତି ଯେ, ଯୁବ ଗବେଷକ ଡକ୍ଟର ଚନ୍ଦ୍ରଶେଖର ହୋତା ପୂର୍ବରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ଲାଭ କରିଥିଲେ । ସେ ‘କଳ୍ପନା, ''ଅନୁଭବ ଓ ସାହିତ୍ୟ’, ‘ଚେତନାର ଅନ୍ୱେଷଣ’, ‘ବିବେକ ବିଲୋଚନ’ ଆଦି ପ୍ରବନ୍ଧ ପୁସ୍ତକର ସଫଳ ସ୍ରଷ୍ଟା l ତାଙ୍କୁ ଏହି ସମ୍ମାନୀୟ ଯୁବ ଗବେଷକ ପୁରସ୍କାର ପ୍ରଦାନ କରାଯିବାକୁ କଟକର ପ୍ରାଚୀନ ସାହିତ୍ୟ ସଂସ୍ଥା ଉତ୍କଳ ସାହିତ୍ୟ ସମାଜ ନିଷ୍ପତି କରିଥିବାରୁ ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ସମ୍ପାଦକ ରାଜୀବ ଷଡ଼ଙ୍ଗୀଙ୍କୁ ପ୍ରିୟବନ୍ଧୁ ପକ୍ଷରୁ ମଧ୍ୟ ଧନ୍ୟବାଦ ପ୍ରଦାନ କରାଯାଇଛି l ଏଥି ସହିତ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କୃତ କବି ପୀତାମ୍ବର ତରାଇ, ମେଘ ମଲ୍ହାର ସାହିତ୍ୟ ଅନୁଷ୍ଠାନ ସଭାପତି ଡକ୍ଟର କେଶବ ଚନ୍ଦ୍ର ଦଳେଇ, ସମ୍ପାଦିକା ପ୍ରଭାତୀ ମାଝୀ, ସରିତା ସାହିତ୍ୟ ସଂସଦ ସମ୍ପାଦିକା ରୁନିବାଳା ମଳିକ, ସମ୍ବାଦ ସାହିତ୍ୟଘର ସମ୍ପାଦକ ବାବୁରାମ ଚୌଧୁରୀ ମଧ୍ୟ ପୁରସ୍କାର ପାଇବାକୁ ଘୋଷିତ ଯୁବ ଗବେଷକ ଡକ୍ଟର ହୋତାଙ୍କୁ ଶୁଭେଚ୍ଛା ଜଣାଇଥିବା ଏକ ପ୍ରେସ ବିବୃତିରେ କୁଜଙ୍ଗ ଠାରେ ପ୍ରକାଶ କରିଛନ୍ତି l