ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ୟୁକୋ ବ୍ୟାଙ୍କ ର ୮୪ତମ ପ୍ରତିଷ୍ଠା ଦିବସ ପାଳିତ

ଢେଙ୍କାନାଳ, 08/01/2026, ଉତ୍କଳ voice news - utkalvoicenews.com ( ଢେଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
ୟୁକୋ ବ୍ୟାଙ୍କ ଢେଙ୍କାନାଳ ଶାଖାରେ ୮୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏହି ଅବସରରେ ୟୁକୋ ବ୍ୟାଙ୍କର ଗ୍ରାହକମାନଙ୍କ ସହିତ ସମସ୍ତ ବ୍ୟାଙ୍କ କର୍ମଚାରୀ ଏଇ ପ୍ରତିଷ୍ଠା ଦିବସକୁ ପାଳନ କରିଛନ୍ତି । ବ୍ୟାଙ୍କ ତରଫରୁ ସମସ୍ତ ଗ୍ରାହକ ଏବଂ ଅତିଥିମାନଙ୍କୁ ମିଷ୍ଟାନ୍ନ ବଂଟା ଯାଇଛି । ବ୍ୟାଙ୍କରେ ମଧ୍ୟ ଏକ ସତନ୍ତ୍ର ମିଟିଙ୍ଗ୍ ରଖାଯାଇ ବ୍ୟାଙ୍କର ବିଭିନ୍ନ ଶ୍ଚିମ୍ ଉପରେ ଆଲୋଚନା କରାଯାଇଥିଲା । ସାଲ୍ ୧୯୪୩ ଜାନୁଆରୀ ୬ ତାରିଖରେ ଜିଢି ବିର୍ଲାଙ୍କ ଦ୍ବାରା ୟୁକୋ ବ୍ୟାଙ୍କ ସ୍ଥାପନ କରାଯାଇଥିଲା । ଏଣୁ ପ୍ରତ୍ୟେକ ବର୍ଷ ଜାନୁଆରୀ ୬ ତାରିଖଟିକୁ ୟୁକୋ ବ୍ୟାଙ୍କର ସ୍ଥାପନା ଦିବସ ରୂପେ ପାଳନ କରାଯାଉଛି । ଏହି ପ୍ରତିଷ୍ଠା ଦିବସରେ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ଅଧିକାରୀ, ଦେବାଶିଷ କୁଣ୍ଡୁ, ବରିଷ୍ଠ ପ୍ରବନ୍ଧକ ପ୍ରିୟବ୍ରତ ସାହୁ, ପ୍ରବନ୍ଧକ ଆଦିତ୍ୟ ପ୍ରତାପ ସାଇଁ, ପ୍ରବନ୍ଧକ ମାଗୁଣି ସାଇଁ, ପ୍ରବନ୍ଧକ ଭାସ୍କର ଜ୍ୟୋତି ମାଳି, ପ୍ରିୟବନ୍ଧୁ ସାହୁ, ସାରଦା ପ୍ରସାଦ ଦାଶ, ସୁବ୍ରତ କୁମାର ପ୍ରଧାନ, ପରେଶ କୁମାର ଝୁଟିଆ ପ୍ରମୁଖ ଉପସ୍ଥିତ ଥିଲେ।
Article Image
17