ଢେଙ୍କାନାଳ, 08/01/2026, ଉତ୍କଳ voice news - utkalvoicenews.com( ଢ଼େଙ୍କାନାଳ ରୁ ଶୁଭମ୍ ପାଣିଙ୍କ ରିପୋର୍ଟ ) :

ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁର ଓ ତାଙ୍କ ପତ୍ନୀଙ୍କୁ ତୁରନ୍ତ ଖଲାସ କରିବା ଦାବିରେ ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ), ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଭାରତର କମ୍ୟୁନିଷ୍ଟ ପାର୍ଟି (ଏମ୍.ଏଲ୍.), ଏସ୍.ୟୁ.ଆଇ (କମ୍ୟୁନିଟିଷ୍ଟ) ଢେଙ୍କାନାଳ ଶାଖା ତରଫରୁ ଏକ ପ୍ରତିବାଦ ସଭା ଓ ବିକ୍ଷୋଭ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା । ଭେନେଜୁଏଲା ଉପରେ ଆମେରିକାର ଆକ୍ରମଣ ବିଷୟରେ ବିଜେପି ସରକାରଙ୍କର ଅପମାନଜନକ ଓ ଲଜ୍ଜାହୀନ ଆଭିମୁଖ୍ୟକୁ ନିନ୍ଦା କରି ବାମପନ୍ଥୀ ନେତୃତ୍ବମାନେ ବକ୍ତବ୍ୟ ରଖି କହିଥିଲେ ଯେ, ଭେନେଜୁଏଲା ବିରୁଦ୍ଧରେ ଆମେରିକାର ଖୋଲାଖୋଲି ଆକ୍ରମଣ ଏବଂ ଆମେରିକାର ସଶସ୍ତ୍ର ବାହିନୀ ଦ୍ବାରା ଏହାର ରାଷ୍ଟ୍ରପତି ଏବଂ ତାଙ୍କ ପତ୍ନୀଙ୍କୁ ଅପହରଣ କରିବା ଘଟଣା ପ୍ରତି ମୋଦିଙ୍କ ନେତୃତ୍ବାଧନ ବିଜେପି ସରକାରଙ୍କ ତରଫରୁ ଦିଆଯାଇଥିବା ପ୍ରତିକ୍ରିୟା କାପୁରଶତାପୂର୍ଣ ଏବଂ ସାଧୀନ ଦେଶମାନଙ୍କର ସାଧୀନତା ଏବଂ ସାର୍ବଭୌମତ୍ୱ ସୁରକ୍ଷା ରଖୁବା ସମ୍ପର୍କରେ ଭାରତ ବର୍ଷ ଦୀର୍ଘକାଳ ଧରି ବଜାୟ ରଖୁଥୁବା ନୀତିଗତ ଅବସ୍ଥାନର ସମ୍ପୂର୍ଣ୍ଣ ବିରୁଦ୍ଧାଚରଣ କରୁଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ବିବୃତିରେ କେବଳ ଭେନେଜୁଏଲାର ଘଟଣାକ୍ରମକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରାଯାଇଛି ଏବଂ ଏହି ଅଂଚଳରେ ଶାନ୍ତି ଓ ସ୍ଥିରତା ସୁନିଶ୍ଚିତ କରିବା ପାଇଁ ଆଲୋଚନାର ଆହ୍ୱାନ ଦିଆଯାଇଛି । କିନ୍ତୁ ମିଳିତ ଜାତିସଂଘ ସନନ୍ଦ | ଘୋଷଣାପତ୍ର ଏବଂ ଆନ୍ତର୍ଜାତୀୟ ଆଇନ୍ର ଘୋର ଉଲ୍ଲଙ୍ଘନ ବିଷୟରେ ଗୋଟିଏ ବି ନିନ୍ଦା ସୂଚକ ଶବ୍ଦ ନାହିଁ । ଏପରିକି ଯାହା ଆମେରିକାର ସହଯୋଗୀ କିଛି ୟୁରୋପୀୟ ରାଷ୍ଟ୍ରମାନେ ମଧ୍ୟ ଉଲ୍ଲେଖ କରିପାରିଛନ୍ତି । ଭାରତର ଏହି ଅବସ୍ଥାନ ବ୍ରାଜିଲ୍ ଏବଂ ଦକ୍ଷିଣ ଆଫ୍ରିକା ପରି ବ୍ରିକ୍ସ ସହଯୋଗୀଙ୍କ ଦ୍ବାରା ନିଆଯାଇଥିବା ଆଭିମୁଖ୍ୟର ସମ୍ପୂର୍ଣ ବିପରୀତ ଅଟେ । ବ୍ରିକ୍ଟର ଏହି ସହଯୋଗୀଙ୍କ ଦ୍ବାରା ନିଆଯାଇଥିବା ଆଭିମୁଖ୍ୟର ସମ୍ପୂର୍ଣ୍ଣ ବିପରୀତ ଅଟେ । ବ୍ରିକ୍ଟର ଏହି ସହଯୋଗୀ ଦ�
