ଏରସମା, 09/01/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
ଚଳିତ ବର୍ଷର ଡ଼ାଃ ଦାମୋଦର ରାଉତ ସ୍ମୃତି ସମ୍ମାନ ପାଇବେ ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର। ଚଳିତ ଜାନୁଆରୀ ୧୧ତାରିଖରେ ଆଞ୍ଚଳିକ ପୂଜ୍ୟପୂଜା ସଂସଦ ଏରସମା ପକ୍ଷରୁ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଡ଼ଃ ମହାପାତ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ସଂସଦ ତରଫରୁ ସୂଚନା ଦେଇଛନ୍ତି। ଡ଼ଃ ମହାପାତ୍ର କେବଳ ଜଣେ ବିଧାୟକ ନଥିଲେ ସେ ବହୁମୁଖୀ ପ୍ରତିଭାର ଅଧିକାରୀ ଅଟନ୍ତି। ଏବେ ଡ଼ଃ ମହାପାତ୍ର ଓଡିଶା ପ୍ରଦେଶ କଂଗ୍ରେସର ଉପସଭାପତି ଭାବେ କାର୍ଯ୍ୟରତ ଥିବା ଜଣାପଡିଛି।