ଏରସମା, 09/01/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*

ଏରସମା ବ୍ଲକ୍ ଅନ୍ତର୍ଗତ ସିଆରକେ ଉଚ୍ଚ ବିଦ୍ୟାଳୟ ପରିସରରେ ୧୯୮୦ ମସିହା ବ୍ୟାଚ ବନ୍ଧୁମିଳନ ଓ ଗୁରୁପୂଜନ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବର୍ତ୍ତମାନର ପ୍ରଧାନ ଶିକ୍ଷକ ତାପସ କୁମାର ମହାନ୍ତିଙ୍କ ପୌରୋହିତ୍ୟରେ ଏବଂ ହେମନ୍ତ କୁମାର ରାଉତଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା । ସର୍ବପ୍ରଥମେ ଗ୍ରାମେଶ୍ୱର ମହାଦେବଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଦିବଂଗତ ଶିକ୍ଷକ ଓ ସହପାଠୀଙ୍କ ଉଦ୍ଦେଶ୍ୟରେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଦୀର୍ଘ ୪୫ ବର୍ଷ ପରେ ଆନନ୍ଦ ଦାୟକ ପରିବେଶ ସୃଷ୍ଟି ହୋଇଥିଲା ବୋଲି ମତପାଇଥିଲ । ବନ୍ଧୁ ମାନେ ନିଜ ନିଜ ପରିଚୟ, ପ୍ରତିଷ୍ଠା, ପିଲା ମାନଙ୍କର ଅଗ୍ରଗତି ଦିଗରେ ମତବ୍ୟକ୍ତ କରିଥିଲେ । ବିଶେଷ କରି ମୂରଲୀଧର ଦାସ, ସର୍ବେଶ୍ଵର ସାହାଣୀ, ନଳିନୀ ପ୍ରଭା ଶଢଙ୍ଗୀ, ଅଶୋକ ମଲ୍ଲିକ, ସାରଦା ପରିଡ଼ା ଓ ନମିତା ଷଡଙ୍ଗୀଙ୍କୁ ବନ୍ଧୁମିଳନ ସଂଯୋଜନା ପାଇଁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ସେ ସମୟରେ ଶିକ୍ଷକ ସର୍ବଶ୍ରୀ ଧର୍ମାନନ୍ଦ ଦାସ, ପ୍ରମୋଦ ବାରିକ, ନଟ ସାର୍ ପ୍ରମୁଖ ନିଜ ନିଜର ବକ୍ତବ୍ୟରେ ଛାତ୍ରଛାତ୍ରୀ ଙ୍କର ପିଲା ମାନଙ୍କୁ ଆଶୀର୍ବାଦ ଜଣାଇ ଭଲ ମଣିଷ ହେବାକୁ ଆହ୍ବାନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବାସନ୍ତୀ, ପ୍ରଭାତୀ, ବବିତା, ରଞ୍ଜୁବାଳା, ନିରୁପମା, ଜୟନ୍ତୀ, ସଂଯୁକ୍ତା, ରେଣୁବାଳା, ବିଜୟ, ଉଲ୍ଲାସ, ରବି, ସୁବାସ, ସନ୍ତୋଷ, ପ୍ରମୋଦ ପ୍ରମୁଖ ଙ୍କ ସହିତ ସମସ୍ତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିଥିଲେ । ପ୍ରମୋଦ କୁମାର ଲେଙ୍କା ଧନ୍ୟବାଦ୍ ଦେଇଥିଲେ । ରବୀନ୍ଦ୍ର ନାଥ ଦାସ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ବୃକ୍ଷରୋପଣ ନିମନ୍ତେ ଚାରା ବଣ୍ଟନ କରିଥିଲେ ।