ଜଗତସିଂହପୁର, 31/01/2025, ଉତ୍କଳ voice news - utkalvoicenews.comଜଗତସିଂହପୁର ଜିଲ୍ଲା ଜଗତସିଂହପୁର ସଦରମହକୁମାସ୍ଥିତ ଆଦିକବି ଶାରଳା ସଂସ୍କୃତିଭବନରେ ନୂତନଭାବେ ଚୟନ ହୋଇଥିବା ଜିଲ୍ଲା ସଭାପତି ଓ ସମସ୍ତ ମଣ୍ଡଳ ସଭାପତିମାନଙ୍କୁ ଏହି ସମ୍ବର୍ଦ୍ଧନା ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା । ନୂତନଭାବେ ଜିଲ୍ଲା ସଭାପତି ଭାବେ ଚୟନ ହୋଇଥିବା ବରିଷ୍ଠ ବିଜେପି ନେତା ପ୍ରତାପ ମିଶ୍ରଙ୍କୁ ସ୍ୱତନ୍ତ୍ରଭାବେ ସମ୍ବର୍ଦ୍ଧିତ କରାଯିବା ସହ ଜିଲ୍ଲାର ସମସ୍ତ ମଣ୍ଡଳ ସଭାପତିଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ,ପୁର୍ବତନ ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର ,ସାଂସଦ ଡ଼ଃ ବିଭୁ ପ୍ରସାଦ ତରାଇ ଓ ବହୁ ପ୍ରମୁଖ ବିଜେପି ନେତୃବୃନ୍ଦ ଓ କର୍ମୀ ଉପସ୍ଥିତ ଥିଲେ ।