ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାଷ୍ଟ୍ରୀୟ କଳା ମଞ୍ଚ ପକ୍ଷରୁ ଜାତୀୟ ଯୁବ ଦିବସ ଉପଲକ୍ଷେ ଭାଷଣ ଓ ରଚନା ପ୍ରତିଯୋଗିତା

ବୁଗୁଡ଼ା, 10/01/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ରାଷ୍ଟ୍ରୀୟ କଳା ମଞ୍ଚ ପକ୍ଷରୁ ରାଷ୍ଟ୍ରୀୟ ଯୁବ ଦିବସ ଅବସରରେ ଭାଷଣ ଓ ରଚନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି। ପିପୁଲ କଲେଜର ଅଧ୍ୟକ୍ଷ ପୁରୁଷୋତ୍ତମ ମିଶ୍ର ପ୍ରଦୀପପ୍ରଜ୍ବଳନ କରି ପ୍ରତିଯୋଗିତାକୁ ଆରମ୍ଭ କରିଥିଲେ। ଓଡ଼ିଆ ଭାଷଣ ପ୍ରତିଯୋଗିତାରେ ସୁମିତ ପରିଡ଼ା ପ୍ରଥମ,ପୂଜା ସ୍ୱାଇଁ ଦ୍ବିତୀୟ ଓ ପିଣ୍ଟୁ ଡାକୁଆ ତୃତୀୟ ସ୍ଥାନ ଅଧିକାର କରିଥିଲେ।ଏବଂ ଇଂରାଜୀ ଭାଷଣ ପ୍ରତିଯୋଗିତାରେ ମଧୁସ୍ମିତା ବିଷୋୟୀ ପ୍ରଥମ,ପୂଜା ଗୌଡ଼ ଦ୍ୱିତୀୟ,ଐଶରିଆ ଗୌଡ଼ ଗୌଡ଼ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଆସନ୍ତା ୧୨ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଯୁବ ଦିବସ ରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗିଙ୍କୁ ପୁରସ୍କାର ପ୍ରଦାନ କରାଯିବ। ଆଜିର ବକ୍ତୃତା ପ୍ରତିଯୋଗିତାର ବିଚାରକ ଭାବେ ଅଧ୍ୟାପକ ଆତ୍ମପ୍ରକାଶ ନାୟକ ,ଶଙ୍କର ପରିଡା,ରବୀନ୍ଦ୍ର ନାରାୟଣ ପୋଲାଇ,ରଶ୍ମିତା ମିଶ୍ର ଦାୟିତ୍ଵ ତୁଲାଇଥିଲେ।ଅଖିଳ ଭାରତୀୟ ବିଦ୍ୟାର୍ଥୀର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଂଗ୍ରାମ ଦାସ, ଜିଲ୍ଲା ସଂଯୋଜକ ସୋରେନ କୁମାର ପ୍ରଧାନ ,କ୍ୟାମ୍ପସ ସଭାପତି ଶୁଭମ ଦଳାଇ ସହଯୋଗ କରିଥିଲେ।
Article Image
14