ରାୟଗଡା ଜିଲ୍ଲା କାଶୀପୁର ବ୍ଲକ , 11/01/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ପ୍ରଥମ ଶ୍ରେଣୀ ବିଚାର ବିଭାଗ ଅଦାଲତ ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ "ନିସା ମୁକ୍ତ ଭାରତ " ଓ ବାଲ୍ୟ ବିବାହ ଉଛେଦ ଭଳି ପ୍ରମୁଖ ଦୁଇ ସାମାଜିକ ସମସ୍ୟା ପ୍ରସଙ୍ଗ କୁ ଉକ୍ତ ଜାତୀୟ ଯୁବ ଦିବସ ପାଳନ ତଥା ଆଇନ ସଚେତନତା କାର୍ଯ୍ୟକ୍ରମ ରେ ମୁଖ୍ୟ ଆଲଚନା ର ପ୍ରସଙ୍ଗ ଭାବେ ସ୍ଥାନ ଦିଆ ଯାଇଥିଲା। କାର୍ଯ୍ୟକ୍ରମ ଟି କାଶୀପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ସ୍ଥିଥ ସଭାଗୃହ ଠାରେ ଅନୁଷ୍ଠିତ କରାଯାଇଥିଲା। କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବେ ବିଚାରପତି ଶ୍ରୀମତୀ କର ନିଶା ଓ ମଦ୍ୟପାନ ରେ ପରିବାର ଓ ସମାଜ ରେ କୁପ୍ରଭାବ, ନିଶାଦ୍ରବ୍ୟ ବିକ୍ରୟ ରେ ସରକାରଙ୍କ କଟକଣା, ନିଶାଦ୍ରବ୍ୟ ବିକ୍ରୟ ରକିବାରେ ନାଗରିକଙ୍କ ଦାୟିତ୍ୱ, ବାଲ୍ୟ ବିବାହ କରିବା ବା କରାଇବା ଆଇନ ଅମାନ୍ୟ ଅପରାଧ ଅଟେ। ଏଥିପାଇଁ କେଉଁ କେଉଁ ପ୍ରକାର ଦଣ୍ଡ ବିଧାନ ଅଛି, ଏବଂ ବାଲ୍ୟବିବାହା କେମିତି ରକା ଯାଇ ପାରିବା ସମ୍ୱନ୍ଧରେ ପୁଙ୍ଖାନୁ ପୁଙ୍ଖ ଭାବେ ବକ୍ତବ୍ୟ ରଖିଥିଲେ।
ଏହି ପରିପେକ୍ଷୀ ରେ ଉପସ୍ଥିତ ଜନସାଧାରଣ ଙ୍କ ସହ ଦୈନିକ ଘଟୁଥିବା ସମସ୍ୟା ବିଷୟରେ ବିଚାରପତି ଶ୍ରୀମତୀ କର ସିଧାସଳଖ ଆଲୋଚନା କରିଥିଲେ।
କାର୍ଯ୍ୟକ୍ରମ ରେ କାଶୀପୁର ଓକିଲ ସଂଘ ସଭାପତି ଶ୍ରୀ କନ୍ହେଇଲାଲ ଜୈନ,ରଞ୍ଜିତ କୁମାର ବୈଦ୍ୟ,ଓକିଲ, ପ୍ରେମାନନ୍ଦ ନାଏକ, ପିଏଲବି ସଦସ୍ୟ ପି. ଦେବେନ୍ଦ୍ର କୁମାର ରାଓ, ଅନିଲ କୁମାର ଜୈନ ଓ କାଶୀପୁର ବିଚାର ବିଭାଗ ଆଇନ ସେବା ସମିତି ସଦସ୍ୟ ମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ର ପରିଚାଳନା ସରକାରୀ ଓକିଲ ରଞ୍ଜିତ କୁମାର ବୈଦ୍ୟ ତୁଲାଇ ଥିଲେ।