ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଯାଦବ ମହାସଭା ଯାଜପୁରର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ଯାଜପୁର, 11/01/2026, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ) :
Article Image
ଯାଦବ ମହାସଭା, ଯାଜପୁରର କାର୍ଯ୍ୟକାରିଣୀ ବୈଠକ ଓ ସମ୍ବର୍ଦ୍ଧନା ସଭା ରବିବାର ପୂର୍ବାହ୍ନରେ ବରୀ ବ୍ଲକ ଅନ୍ତର୍ଗତ ଧାରପୁର ପଞ୍ଚାୟତ ନାଥପୁର କେନ୍ଦୁଆ ସ୍ଥିତ ସରସ୍ବତୀ ବାବା ଶିଶୁ ବିଦ୍ୟା ମନ୍ଦିର ପରିସରରେ ମହାସଭାର ସ୍ଥାୟୀ ସଭାପତି ରାମ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କାର୍ଯ୍ୟକାରୀ ସଭାପତି ନିର୍ମଳ ଚନ୍ଦ୍ର ଯତି ମଞ୍ଚ ପରିଚାଳନା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ଇ ମନୋଜ କୁମାର ଦାସ, ଜିଲ୍ଲା ସଂଯୋଜକ ଧୁଳେଶ୍ୱର ଦାସ, ବ୍ଲକ୍ ସଭାପତି ବିପିନ ବିହାରୀ ଦାସ, ସଂପାଦକ କିଶୋର ଚନ୍ଦ୍ର ଦାସ, ଜିଲ୍ଲା ସଂଘ ଉପଦେଷ୍ଟା ଫଗୁ ଚରଣ ଦାସ, କୁଳମଣି ସାହାଣୀ, ଜିଲ୍ଲା କାର୍ଯ୍ୟକାରିଣୀ ଶ୍ରୀନିବାସ ଦାସ, ନୀଳମଣି ଦାସ, ଯୁବ ଯାଦବ ମହାସଭାର ସାଧାରଣ ସମ୍ପାଦକ ଗୁରୁ ଚରଣ ଦାସ, ଉପ ସଭାପତି କପିଳ ଚରଣ ବେହେରା, ଅବସର ପ୍ରାପ୍ତ ଶିକ୍ଷକ ଗୋପବନ୍ଧୁ ଦାସ,ରବୀନ୍ଦ୍ର ନାୟକ, କୈଳାସ ଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇଥିବା ବେଳେ। ଏହି କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲାର ବିଭିନ୍ନ ବ୍ଲକର ବହୁ ସଂଖ୍ୟକ ଯାଦବ ସମ୍ପ୍ରଦାୟର ଲୋକ ମାନେ ଯୋଗଦେଇ ଆଗାମୀ ଦିନରେ କିପରି ଯାଦବ ସମାଜ କୁ ଆଗକୁ ନେବା ସହିତ ଆଗାମୀ ନିର୍ବାଚନରେ ଏହି ସମ୍ପ୍ରଦାୟ ର ଲୋକ ମାନେ ସମସ୍ତ କ୍ଷେତ୍ରରେ କିପରି ଭାଗ ନେଇ ପାରିବେ ସେ ବିଷୟରେ ଆଲୋଚନା ହୋଇଥିଲା। ଏପରି କି ଏହି ଜାତି ଶିକ୍ଷା, ଆର୍ଥିକ, ରାଜନୈତିକ, କ୍ଷେତ୍ରରେ ଆଗକୁ ବଢ଼ି ପାରିବେ ସେ ବିଷୟରେ ଆଲୋଚନା ହୋଇଥିଲା। ପ୍ରାରମ୍ଭରେ କୁନି କୁନି ପିଲା ମାନଙ୍କ ଦ୍ଵାରା ରାଧା କୃଷ୍ଣ ନୃତ୍ୟ ଚିତ୍ତାକର୍ଷକ ହୋଇଥିଲା। ଶେଷରେ ଗୁରୁ ଚରଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
Article Image
16