ଏରସମା, 11/01/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*

ଜାନୁଆରୀ ୧୧ ତାରିଖ ରବିବାର ମକରଧ୍ବଜ ଶିଳ୍ପ ତାଲିମ୍ କେନ୍ଦ୍ର ଠାରେ ପୁରୀ ଜିଲ୍ଲା କଣାସ ଅଞ୍ଚଳର ଅଗ୍ରଣି ସାହିତ୍ୟ ଅନୁଷ୍ଠାନ "ସୁଦେଷ୍ଣା ପ୍ରମୋଦ ସାହିତ୍ୟ ସଂସଦ ଓ ନିର୍ଭୀକ ନିରପେକ୍ଷ ଦୈନିକ ଖବରକାଗଜ"ସୁଦେଷ୍ଣା"ର ମିଳିତ ଆନୁକୂଲ୍ୟରେ ବାର୍ଷିକ ଉତ୍ସବ ସଂସଦ ତଥା ଖବରକାଗଜର ସଭାପତି ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ରାଉତରାୟଙ୍କ ସଭାପତିତ୍ବରେ ଏବଂ ଉପସଭାପତି ଡକ୍ଟର ବସନ୍ତ ମଞ୍ଜରୀ ଦାସଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉଦ୍ଘାଟନ କରିଥିଲେ ପଣ୍ଡିତ ନାଗୁ ଚରଣ ଦେବତା (ସଭାପତି ,ପୂଜ୍ଯପୂଜା ସଂସଦ ଓ ସମ୍ପାଦକ ପ୍ରେରଣା) ଏବଂ ମୁଖ୍ୟ ଅତିଥି ଭାବେ "ନବକାକଳୀ"ର ସମ୍ପାଦକ ସ୍ଵପ୍ନିଳ କବି ସୁରେନ୍ଦ୍ର ନାଥ ତ୍ରିପାଠୀ ଯୋଗଦାନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ସମ୍ବାଦ ସାହିତ୍ୟଘର (ଏରସମା)ର ସଭାପତି ଶ୍ରୀଯୁକ୍ତ ମହେଶ୍ଵର ସ୍ଵାଇଁ ଯୋଗଦାନ କରିଥିଲେ । ବିଶିଷ୍ଟ ଅତିଥି ଭାବେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ବରେଣ୍ୟ ଅତିଥି ଭାବେ ସୁଦେଷ୍ଣା ଦୈନିକ ଖବରକାଗଜର ଆଇନ ପରାମର୍ଶଦାତ୍ରୀ ଆଇନଜୀବୀ ମଞ୍ଜୁଲତା ରାଉତ , ପବ୍ଲିକ ସ୍କୁଲ ଚେୟାରମ୍ଯାନ୍ ଶ୍ରୀଯୁକ୍ତ ରବିନ୍ଦ୍ରନାଥ ସ୍ଵାଇଁ , ସୁଦେଷ୍ଣା ଦୈନିକ ଖବରକାଗଜର ଉପସଭାପତି ତଥା ସୁଶ୍ରୀ ଶୁଭଶ୍ରୀ ସାହିତ୍ୟ ସଂସଦର ସମ୍ପାଦିକା ଡକ୍ଟର ବସନ୍ତ ମଞ୍ଜରୀ ଦାସଙ୍କ ସମେତ ସୁଦେଷ୍ଣାର ସହସମ୍ପାଦକ ଶ୍ରୀଯୁକ୍ତ ଭୁବନ ମୋହନ ମହାନ୍ତି , ସୁଦେଷ୍ଣା ଦୈନିକ ଖବରକାଗଜର ସମ୍ପାଦକ(ପ୍ରତିଷ୍ଠାତା) କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି ମଞ୍ଚାସୀନ ଥିଲେ । ଉକ୍ତ ଉତ୍ସବରେ ମୈନାକ ସାହିତ୍ୟ ସଂସଦର ସମ୍ପାଦକ ନଗେନ୍ଦ୍ରନାଥ ସ୍ଵାଇଁ ଅତିଥି ଆମନ୍ତ୍ରଣ କରିଥିବା ବେଳେ ସମମ୍ପାଦକୀୟ ବିବରଣୀ ପଠନ କରିଥିଲେ ସୁଦେଷ୍ଣା ସମ୍ପାଦକ(ପ୍ରତିଷ୍ଠାତା) କାବ୍ୟ ଭୂଷଣ ଶିବ ପ୍ରସାଦ ବାହିନୀପତି ଏବଂ ପ୍ରାକ୍ କଥନ ପଠନ କରିଥିଲେ ସହସମ୍ପାଦକ ଶ୍ରୀଯୁକ୍ତ ଭୁବନ ମୋହନ ମହାନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଶତାଧିକ କବି କବୟିତ୍ରୀ ଯୋଗଦାନ କରିଥିଲେ ଏବଂ କବିତା ସଂଯୋଜନା କରିଥିଲେ ସୂର୍ଯ୍ୟୋଦୟ ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସେଠୀ । ସୁଦେଷ୍ଣା ଖବରକାଗଜରେ ଉଲ୍ଲେଖନୀୟ ଅବଦାନ ପାଇଁ ସୁଦେଷ୍ଣାର ଖବର ଦାତା ଯଯାତି କେଶରୀ ସାମନ୍ତରାୟ , ଶ୍ଯାମଳେନ୍ଦୁ ପରିଡ଼ା, ସହସମ୍ପାଦକ ଶ୍ରୀଯୁକ୍ତ ଭୁବନ ମୋହନ ମହାନ୍ତି, ପ୍ରଶାନ୍ତ ମହାପାତ୍ର , ଅଂଶୁମାନ ମିଶ୍ର,ଚନ୍ଦ୍ରଜିତ ଦାସ , ତୃପ୍ତି ରଞ୍ଜନ ମହାନ୍ତି , ତନ୍ମୟ ସେଠୀ,ବଲ୍ଲଭ ପ୍ରଧାନ , ବୈଦ୍ୟନାଥ ସାହୁ , ଅରୁପାନନ୍ଦ ସ୍ଵାଇଁଙ୍କୁ ସମ୍ଵର୍ଦ୍ଧିତ କରାଯାଇଥିଲା । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସମ୍ପାଦକ କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି।
