ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଦିନକୁ ଦିନ ଅପରାଧ ଉପରେ କାର୍ଯ୍ୟାନୁଷ୍ଠାନ ଜାରି କରିଲାଣି କୁଜଙ୍ଗ ପୋଲିସ୍।

କୁଜଙ୍ଗ , 01/02/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଚଟୁଆ ଗ୍ରାମରେ ଘଟିଛି ଏଭଳି ଘଟଣା।ସନ୍ଧ୍ୟାରେ ଏ.ଏସ୍.ଆଇ (ରଶ୍ମୀ ରଂଜନ ସାହୁଙ୍କ) ନେତୃତ୍ୱରେ କୁଜଙ୍ଗ ପୋଲିସ ଟିମ୍ ପାଟ୍ରୋଲିଂ କରୁଥିବା ସମୟରେ ଅନ୍ୟ କର୍ମଚାରୀଙ୍କ ସହଯୋଗରେ ମଦ ବିକ୍ରି ସମ୍ପର୍କରେ ସୂଚନା ପାଇଥିଲେ। ଏଭଳି ଅପରାଧନୀୟ କାର୍ଯ୍ୟ କରୁଥିବା ବ୍ୟକ୍ତି ହେଉଛନ୍ତି ଚଟୁଆ ଗ୍ରାମର ଭାବଗ୍ରାହୀଙ୍କ ପୁଅ ସରତ ଚନ୍ଦ୍ର ବାରିକ। ଏହି ସୂଚନା ଆଧାରରେ ପୋଲିସ୍ ଟିମ୍ ଏକ୍ସ ମାମଲା ଚିହ୍ନଟ କରି ଅଭିଯୁକ୍ତ ସରତ ଚନ୍ଦ୍ର ବାରିକଙ୍କ ନିକଟରୁ ମୋଟ ୬.୨ ଲିଟର ମଦ ଥିବା ଆସ୍କା 40 ବୋତଲ ୩୨ଟି ଜବତ କରିଛି। ଏବଂ ଆଜି ତାଙ୍କୁ ଗିରଫ କରାଯାଇ। କୋର୍ଟ ଚାଲାଣ କରାଯାଇଥିବାର ଜଣାପଡ଼ିଛି। କୁଜଙ୍ଗ ଥାନାର ଥାନାଧିକାରୀଙ୍କ (ତପନ କୁମାର ନାୟକଙ୍କ)ସାରଙ୍କ ଏଭଳି ପ୍ରୟାସ ଯୋଗେ ଆଗକୁ ଏଭଳି ଅପରାଧକୁ ରୋକାଯାଇପାରିବାର ଆଶା ରଖାଯାଇଛି।
9