ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସମ୍ବର୍ଦ୍ଧନା ଉତ୍ସବ ଓ ରକ୍ତଦାନ ଶିବିର

କୁଜଙ୍ଗ / ବାଲିତୁଠ, 11/01/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ଏରସମା ବ୍ଲକ୍ ଅନ୍ତର୍ଗତ ଭିରଙ୍ଗ ଉଚ୍ଚ ବିଦ୍ୟାଳୟ ପ୍ରାକ୍ତନ ଛାତ୍ର ଛାତ୍ରୀ ମାନଙ୍କ ପକ୍ଷରୁ ବିଦ୍ୟାଳୟର ଅବସର ପ୍ରାପ୍ତ ଶିକ୍ଷକ ମାନଙ୍କର ଏକ ସାମୁହିକ ସମ୍ବର୍ଦ୍ଧନା ଉତ୍ସବ ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି।ରବିବାର ଭିରଙ୍ଗ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ ଉତ୍ସବରେ,ଭିରଙ୍ଗ ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅଭୟ କୁମାର ପ୍ରଧାନ,ସହକାରୀ ଶିକ୍ଷକ ପ୍ରବୋଧ କୁମାର ରାଉତରାୟ,ମନୋଜ କୁମାର ସ୍ଵାଇଁ,ରାଜକିଶୋର ସ୍ଵାଇଁ,ସମିର ରଞ୍ଜନ ଦାସ ଓ ବିଜୟ କୁମାର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।ସାମାଜିକ କର୍ମୀ ମାନସ ସ୍ଵାଇଁଙ୍କ ମଞ୍ଚ ସଂଯୋଜନାରେ ଆୟୋଜିତ ଉତ୍ସବରେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା,ରାଷ୍ଟ୍ରୀୟ ପରିଷଦ ସଦସ୍ୟ ସୌମ୍ୟରଞ୍ଜନ ମହାନ୍ତି, ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରା ପ୍ରାପ୍ତ ଚିକିତ୍ସାଧିକାରୀ ଡ଼ା,ଅମିୟ ସ୍ଵାଇଁ,ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀକାନ୍ତ ନାୟକ, ଏରସମା ଥାନା ଆଇ ଆଇ ସି ପ୍ରେମଜିତ୍ ଦାସ,ରାକ୍ଷୀ ଦାସ ଓ ମାନସୀ ପ୍ରଭା ସ୍ବାଇଁ ଯୋଗଦେଇ ସେବା ନିବୃତ୍ତ ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଆୟୋଜିତ ରକ୍ତଦାନ ଶିବିରରେ ୨୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।
3