ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଥାଲାସେମିଆ ରୋଗରେ ପୀଡିତ କ୍ରିଷ୍ଣା ବେହେରାଙ୍କୁ ଆର୍ଥିକ ସହାୟତା ପ୍ରଦାନ

ଏରସମା ବ୍ଲକ / ବଦଗବପୂର୍ ଗ୍ରାମ, 11/01/2026, ଉତ୍କଳ voice news - utkalvoicenews.com( କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ବଦଗବପୂର୍ ଗ୍ରାମର ଥାଲାସେମିଆ ରୋଗରେ ପୀଡିତ କ୍ରିଷ୍ଣା ବେହେରାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶାର ପ୍ରମୁଖ ଦାତବ୍ୟ ଟ୍ରଷ୍ଟ ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ | ସୂଚନା ଯୋଗ୍ୟ କି, କ୍ରିଷ୍ଣାଙ୍କ ପିତା ଅତ୍ୟନ୍ତ ଗରିବ ଶ୍ରେଣୀର ବ୍ୟକ୍ତି | କ୍ରିଷ୍ଣା ଜନ୍ମରୁ ଥାଲାସେମିଆ ରୋଗରେ ପୀଡିତ ହୋଇ ବର୍ତ୍ତମାନ ଜୀବନ ମୃତ୍ତ୍ୟୁ ସହ ସଂଗ୍ରାମ କରୁଛନ୍ତି | ଦୁଇ ଓଳି ଦୁଇ ମୁଠା ଖାଇବାକୁ ନାହିଁ। ଅର୍ଥାଭାବରୁ ବାପା ତାଙ୍କର ଚିକିସ୍ଥା କରାଇବାରେ ଅସମର୍ ।| ବିଭିନ୍ନ ଗଣମାଧ୍ୟମରୁ ଏହି ଦୁଃଖଦ ଖବର ପାଇ ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ସଭାପତି ତଥା ସମାଜସେବୀ ଇଂ ଶଙ୍ଖେଶ୍ଵର ପ୍ରସାଦ ମହାନ୍ତିଙ୍କ ପରାମର୍ଶ କ୍ରମେ ବରିଷ୍ଠ ସଦସ୍ୟ ସୁଧାକର ମହାନ୍ତି,ବିଶ୍ଵନାଥ ସ୍ଵାଇଁ, ହରେକୃଷ୍ଣ ବେହେରା ଏବଂ ସତ୍ୟବ୍ରତ ଦାସ ପ୍ରମୂଖ କ୍ରିଷ୍ଣାଙ୍କ ବାସଭବନରେ ପହଞ୍ଚି ତାଙ୍କ ବାପାଙ୍କୁ ଦଶ ହଜାର (୧୦,୦୦୦/-) ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ |
Article Image
ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ବଦାନ୍ୟତା ପାଇଁ ତାଙ୍କ ପରିବାର ବର୍ଗ କୃତଜ୍ଞତା ଜଣାଇଥିବା ବେଳେ ଅନୁଷ୍ଠାନର ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୁୟୀୟସୀ ପ୍ରଶଂସା କରାଯାଇଛି |
16