ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ଅସହାୟ ମହିଳା ମାନଙ୍କୁ କମ୍ବଳ ବଣ୍ଟନ।

ପାରାଦ୍ୱୀପ, 11/01/2026, ଉତ୍କଳ voice news - utkalvoicenews.com( ଓ଼ମଂ ଦାସ କ ରିପୋର୍ଟ ) :
Article Image
ମହିଳା ମାନଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱେଚ୍ଛାସେବୀ ସଂଗଠନ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ଜାନୁଆରୀ ୧୧ ତାରିଖ ରବିବାର ଦିନ ମଧ୍ୟାହ୍ନରେ ବଦପଡ଼ିଆ ସ୍ଥିତ ପାରାଦ୍ୱୀପ ପୋର୍ଟ ୱାର୍କଶ ୟୁନିୟନ ସଭା ଗୃହରେ ଅସହାୟ ମହିଳା ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି।
Article Image
କୁଜଙ୍ଗ ସ୍ଥିତ ବିନୋରୀ ସେବା ଫାଉଣ୍ଡେସନ ସହାୟତାରେ ୬୦ଜଣ ମହିଳା ଓ ଭିନ୍ନକ୍ଷମ ମାନଙ୍କୁ କମ୍ବଳ ପ୍ରଦାନ କରାଯାଇଥିଲା। ମହିଳା କଲ୍ୟାଣ ଟ୍ରଷ୍ଟର ସଭାପତି ଉର୍ମିଳା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିନୋରୀ ସେବା ଫାଉଣ୍ଡେସନ ଅଧ୍ୟକ୍ଷ ଶ୍ରୀ ପ୍ରଭାତ କୁମାର ବେହେରା, ସମ୍ମାନିତ ଅତିଥି ଭାବରେ ଫାଉଣ୍ଡେସନର ଉପଦେଷ୍ଟା ଶ୍ରୀ ମଣି ଶଙ୍କର ପରିଡ଼ା, ଉପଦେଷ୍ଟା ବିକ୍ରମ କେଶରୀ ରାଉତରାୟ, ସମ୍ପାଦକ_ଭବାନୀ ଶଙ୍କର ଆଚାର୍ଯ୍ୟ ଉପ ସଭାପତି ପଙ୍କଜ ତରାଇ ,ଶଶୀଭୂଷଣ ସାହୁ,ପ୍ରଭୁ ପ୍ରସାଦ ସୁତାର,ଜ୍ୟୋତି ରଞ୍ଜନ ମହାପାତ୍ର,ଯୁବ ବ୍ୟବସାୟୀ ବିଭୂତି ଭୂଷଣ ସ୍ୱାଇଁ, କୈଳାଶ ଗଛୟାତ ଓ ସଦସ୍ୟ ଶ୍ରୀ ବଳରାମ ମହାରଣା ,ଶ୍ରମିକ ନେତା ଶ୍ରୀ ଅନନ୍ତ କୁମାର ଦାସ ଯୋଗ ଦେଇଥିଲେ। ସ୍ୱାଗତ ଭାଷଣ ପ୍ରଦାନ ସହିତ ସଭା ପରିଚାଳନା କରିଥିଲେ କଲ୍ୟାଣ ଟ୍ରଷ୍ଟର କାର୍ଯ୍ୟକାରୀ ସଭାପତି ସଂଘମିତ୍ରା ସ୍ୱାଇଁ। ଅତିଥି ପରିଚୟ ପ୍ରଦାନ କରିଥିଲେ ଉପ ସଭାପତି ତୁଳସୀ ବରାଳ ଓ ବିବରଣୀ ପାଠ କରିଥିଲେ ସମ୍ପାଦିକା ନିଳିମା ପ୍ରିୟଦର୍ଶିନୀ, ବିନୋରୀ ସେବା ଫାଉଣ୍ଡେସନର କର୍ମକର୍ତ୍ତା ଘୋଷଣା କରିଥିଲେ ଯେ ମହିଳା କଲ୍ୟାଣ ଟ୍ରଷ୍ଟ ସହିତ ମିଳିତ ହୋଇ ମହିଳା ମାନଙ୍କ ସେବା ଓ ସୁରକ୍ଷା ପାଇଁ ସେମାନେ ନିରନ୍ତର କାର୍ଯ୍ୟ କରିବେ। ଧନ୍ୟବାଦ ଅର୍ପଣ କରିଥିଲେ ସୁଚିତ୍ରା ପଣ୍ଡାଏବଂ ଉତ୍ସବ ପରିଚାଳନା କରିଥିଲେ ଲଷ୍ମୀ ବାରିକ ,ବାସୁକା ମଲ୍ଲିକ ଓ ବିଜୟ ଲଷ୍ମୀ ପରିଜା
6