ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଡକ୍ଟର ଲଲାଟେନ୍ଦୁ ମହାପାତ୍ର ପାଇଲେ"ଦାମୋଦର ସ୍ମୃତି ସମ୍ମାନ"

ଏରସମା, 12/01/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ଏରସମା ଆଞ୍ଚଳିକ ପୂଜ୍ୟପୂଜା ସଂସଦ ଓ ଚାରିଟେବୁଲର ମୁଖ୍ୟ ଯାଜାତି କେଶରୀ ସାମାନ୍ତରାୟଙ୍କ ତତ୍ୱାବଧାନରେ ସପ୍ତମ ବାର୍ଷିକ ଉତ୍ସବ ମହା ସମାରୋହରେ ଏରସମା ସ୍ଥିତ ମକରଧ୍ଵଜ ଶିଳ୍ପ ତାଲିମ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। ପଣ୍ଡିତ ନାଗୁଚରଣ ଦେବତାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଡ଼କ୍ଟର ଲଲାଟେନ୍ଦୁ ମହାପାତ୍ର, ସମ୍ମାନୀତ ଅତିଥି ପ୍ରଫେସର ଗାୟତ୍ରୀ ବିଶ୍ୱାଳ, ଡକ୍ଟର ବସନ୍ତ ମଞ୍ଜରୀ ଦାସ, ଯୁବ ସମାଜସେବୀ ଧ୍ଵଜରାଜ ଖଣ୍ଡୁଆଳ,ମହେଶ୍ଵର ସ୍ୱାଇଁ,ନିମାଇଁ ଖଣ୍ଡୁଆଳ,ସାମ୍ବାଦିକ ଚନ୍ଦ୍ରଜିତ ଦାସ,ତୃପ୍ତିରଞ୍ଜନ ମହାନ୍ତି,ସ୍ମୃତିଲିପିର ସମ୍ପାଦକ ଭୁବନମୋହନ ମହାନ୍ତି,ପ୍ରଶାନ୍ତ କୁମାର ସେଠୀ,କୈଳାସ ଚନ୍ଦ୍ର ପ୍ରଧାନ,ହୃସିକେଶ ଜେନା,ଅରୂପାନନ୍ଦ ସ୍ୱାଇଁ ପ୍ରମୁଖ ଉପସ୍ଥିତରେ ଡ଼କ୍ଟର ଲଲାଟେନ୍ଦୁ ମହାପାତ୍ରଙ୍କୁ "ଡା.ଦାମୋଦର ସ୍ମୃତି ସମ୍ମାନ "ପ୍ରଦାନ କରାଯାଇଥିଲା। ଡ଼କ୍ଟର ଦାମୋଦର ରାଉତ ଓଡିଶାର ଜଣେ ପ୍ରଖ୍ୟାତ ରାଜନୀତିଜ୍ଞ, ବୁଦ୍ଧିଜୀବି ଏପରି ନେତା ଓଡ଼ିଶାରେ ବିରଳ,ଡ଼କ୍ଟର ଲାଳାଟେନ୍ଦୁ ମହାପାତ୍ର ଖୁବ ପ୍ରଶଂସା କରିଥିଲେ।ଏରସମା ପୂଜ୍ୟପୂଜା ସଂସଦ ଓ ଚାରୀଟେଲ ଅନୁଷ୍ଠାନ ଏରସମା ତଥା ତିର୍ତ୍ତୋଲ ଅଂଚଳରେ ଅନେକ ସାମାଜିକ କାର୍ଯ୍ୟ ପରିଚାଳନା କରି ଖୁବ ପ୍ରଶଂସିତ ହୋଇଛି। ଶେଷରେ ସାମ୍ବାଦିକ ଚନ୍ଦ୍ରଜିତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
17