ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜୋହାର ୨୦୨୬ ଅନୁଷ୍ଠିତ

ରାୟଗଡ଼ା, 12/01/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ରାୟଗଡା ଜିଲ୍ଲାର ଆଦିବାସୀ କଳାକାର, ଲେଖକ ଓ ଗବେଷକ, ଜାନୀ, ସୀସା, ଦିସାରୀ, ପୁଜାରୀ, ପେଜୁ, ପେଜିଣୀ ଓ ଗୁରୁମାଣି ମାନଙ୍କୁ ଉତ୍ସାହିତ, ସମ୍ମାନୀତ ଓ ସମ୍ବର୍ଦ୍ଧିତ କରିବା ପାଇଁ ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନାରାୟଣପୁର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ ଆଦିବାସୀ ସମ୍ମିଳନୀ "ଜୋହାର ୨୦୨୬" ଅନୁଷ୍ଠିତ ହୋଇଯାଇଛି । ରାୟଗଡା ଆଦିବାସୀ ମହାସଂଘର ସଭାପତି ତଥା ଜୋହାର କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ମେଲାକା ମଞ୍ଚ ପରିଚାଳନା ଓ ପୌରହିତ୍ୟ କରିଥିବା ବେଳେ ବେଳେ ରାୟଗଡା ଆଦିବାସୀ ମହାସଂଘର ସାଧାରଣ ସମ୍ପାଦକ ଶ୍ରୀ କାମେଶ୍ୱର ବିଡ଼ିକା, ଶାନ୍ତି ହିମିରିକା, ଧରଣୀ ପ୍ରଟିକା ଓ ଅନ୍ୟ ମାନେ ସହଯୋଗ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘର ମହିଳା ମୋର୍ଚ୍ଚା ମୁଖ୍ୟା ତଥା ନାରୀନେତ୍ରୀ ଶ୍ରୀମତି ଲକ୍ଷ୍ମୀ ପ୍ରାସ୍କା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘର ସାଧାରଣ ସମ୍ପାଦକ ଶ୍ରୀ ଟିବୁ ସାରାକା ସମ୍ମାନୀତ ଅତିଥି, ଆଦିବାସୀ ମହାସଂଘ ଓଡ଼ିଶା, ଶାଖା: ରାୟଗଡ଼ା ଜିଲ୍ଲାର ସଭାପତି ଶ୍ରୀ ବସନ୍ତ କୁମାର ପେଦେଣ୍ଟି ସ୍ଵତନ୍ତ୍ର ଅତିଥି, ଆଦିବାସୀ ମହାସଂଘ ଓଡ଼ିଶା, ଶାଖା ରାୟଗଡ଼ା ଜିଲ୍ଲାର ସାଧାରଣ ସଂପାଦକ ରାଜେନ୍ଦ୍ର ତୋଇକା ଉପସ୍ଥିତ ଅତିଥି, କଳାହାଣ୍ଡିର ଶିକ୍ଷକ ଜଳନ୍ଧର ମାଝି ଓ ସମିତି ସଭ୍ୟ ପ୍ରଦୀପ ମାଝୀ ସଦୟ ଉପସ୍ଥିତ ଅତିଥି ଭାବେ ଯୋଗ ଦେଇଥିଲେ । ବିଷମକଟକର ବ୍ଲକର ବୁଦ୍ଧିଜିବୀ ମାଝୀ ପିଡିକାକା, ରାୟଗଡ଼ା ବ୍ଲକର ଯୁବ ଆଇନଜୀବି ବିଜୟ କୁମାର ଉଲାକା, କଲ୍ୟାଣସିଂହପୁର କନ୍ଧକୁଳ ସମ୍ପାଦକ ଧର୍ମା କାଡ୍ରାକା, ଶିକ୍ଷକ ତଥା ସାମାଜିକ କର୍ମୀ ଦୀନବନ୍ଧୁ ହୁଇକା, ଶିକ୍ଷକ ତଥା ବୁଦ୍ଧିଜୀବି ବିମ୍ବାଧର କାଡ୍ରାକାଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ରାୟଗଡା ଜିଲ୍ଲାର କଳାକାର, ଲେଖକ ଓ ଗବେଷକ ମାନଙ୍କୁ ପ୍ରମାଣ ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ରାୟଗଡ଼ା ଜିଲ୍ଲାର ଲୋକପ୍ରିୟ କଳାକାର ମୁନା ହିମିରିକା, ଜଗଦୀଶ ନାଚିକା, ନରୋତ୍ତମ ଉଲାକା, ମିଟୁ ମିଣିଆକା, ଦାସ୍ମିନ ଝୋଡ଼ିଆ, ବିକ୍ରମ ପିଡିକାକା, ନିରଞ୍ଜନ ମାଝୀ, ଲକ୍ଷ୍ମୀଧର ହିକକା, ନୀଳକଣ୍ଠ କୁଟ୍ରୁକା, ସୁବାସ କୁନାକା ସମେତ ମୋଟ ରାୟଗଡ଼ା ଜିଲ୍ଲାର ୩୧ ଜଣ ଆଦିବାସୀ କଳାକାର ମାନଙ୍କୁ ପ୍ରମାଣ ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କଳାକାର ମାନଙ୍କ ଦ୍ୱାରା ସଙ୍ଗୀତ ଗାନ, ଲେଖକ ମାନଙ୍କ ଦ୍ୱାରା କବିତା ପଠନ ସହିତ ନାଚଗୀତ ଆୟୋଜନ ହୋଇଥିଲା ଏବଂ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ସହିତ ସମ୍ପନ୍ନ ହୋଇଥିବା ବେଳେ ଆଗାମୀ ୨୦୨୭ ମସିହାରେ ରାୟଗଡ଼ା ସହରରେ ୩ ଦିନ ଧରି "ଜୋହାର" କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ମେଲାକା ପ୍ରତିକ୍ରିୟା ଦେଇଛନ୍ତି ।
Article Image
Article Image
Article Image
Article Image
5