ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଗୁଡ଼ା ପିପୁଲ୍ସ କଲେଜ୍‌ରେ ଏବିଭିପି ପକ୍ଷରୁ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ

ବୁଗୁଡ଼ା, 12/01/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଘୁମୁସର ଜିଲ୍ଲା ପକ୍ଷରୁ ବୁଗୁଡ଼ା ସ୍ଥିତ ପିପୁଲ୍ସ କଲେଜ ପରିସରରେ ମହାସମାରୋହରେ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଯୁବ ଦିବସ ପାଳିତ ହୋଇଯାଇଛି। ଯୁବପିଢ଼ିଙ୍କ ମଧ୍ୟରେ ସ୍ବାମୀଜୀଙ୍କ ଆଦର୍ଶର ପ୍ରଚାର ଓ ପ୍ରସାର କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା।ଦିବସ ପାଳନ ଅବସରରେ ପ୍ରଥମେ ଏକ ମିନି ମାରାଥନ ଆୟୋଜିତ ହୋଇଥିଲା, ଯେଉଁଥିରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଏହା ପରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା।
Article Image
ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କାର ବିତରଣ କରାଯାଇଥିଲା।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବୁଗୁଡ଼ା ବିଡ଼ିଓ ଶ୍ରୀଯୁକ୍ତ ଦୁତିକୃଷ୍ଣ ପାତ୍ର ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ଆନ୍ତର୍ଜାତୀୟ ଚିତ୍ରଶିଳ୍ପୀ ଡକ୍ଟର ସ୍ଥିତଧି ରଥ ,ଏବିଭିପି ଭଞ୍ଜନଗର ନଗର ସଭାପତି ସୁଜିତ କୁମାର ସ୍ୱାଈଁ ଉପସ୍ଥିତ ଥିଲେ। ପିପୁଲ୍ସ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ପୁରୁଷୋତ୍ତମ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସ୍ବାମୀ ବିବେକାନନ୍ଦଙ୍କ ଜୀବନୀ ଓ ଦର୍ଶନ ଉପରେ ଆଲୋକପାତ କରିଥିଲେ।ସଭାରେ ଉପସ୍ଥିତ ଅତିଥିମାନେ ଯୁବଶକ୍ତିକୁ ଦେଶ ଗଠନର ମୁଖ୍ୟ ସ୍ତମ୍ଭ ଭାବେ ଅଭିହିତ କରିଥିଲେ।ସ୍ବାମୀଜୀଙ୍କ "ଉଠ, ଜାଗ୍ରତ ହୁଅ ଓ ଲକ୍ଷ୍ୟ ସ୍ଥଳରେ ନ ପହଞ୍ଚିବା ଯାଏଁ ଅଟକ ନାହିଁ" ବାଣୀକୁ ପାଥେୟ କରି ଦେଶପ୍ରେମ ଓ ସମାଜସେବାରେ ନିଜକୁ ନିୟୋଜିତ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ଆହ୍ବାନ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ କଲେଜର ଶତାଧିକ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଂଗ୍ରାମ ଦାସ,ଘୁମୁସର ଜିଲ୍ଲା ସଂଯୋଜକ ସୋରେନ କୁମାର ପ୍ରଧାନ,କ୍ୟାମ୍ପସ ସଭାପତି ଶୁଭମ ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ।
Article Image
8