ଢେଙ୍କାନାଳ, 13/01/2026, ଉତ୍କଳ voice news - utkalvoicenews.com( ଢ଼େଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :

ଢେଙ୍କାନାଳ ଅବସରପ୍ରାପ୍ତ ମୃତିକା ସଂରକ୍ଷଣ କର୍ମଚାରୀ ସଂଘର ତ୍ରୟୋଦଶ ବାର୍ଷିକ ସମ୍ମିଳନୀ, ସଂଘର ସ୍ଥାୟୀ ଗୃହ ଗୁଡିଆନାଳୀ, ଢେଙ୍କାନାଳ ଠାରେ ଅନୁଷ୍ଠିତ ହୋଇଯାଇଛି । ସଭା ଆରମ୍ଭରେ ଗୋ ଗୋପିନ୍ଦ୍ର ଭୋଇ ମୁଖ୍ୟ ଅତିଥି ପ୍ରଦୀପ ପ୍ରଜ୍ବଳନ କରିଥିଲେ । ସ୍ଥାୟୀ ସଭାପତି ରମେଶ ଚନ୍ଦ୍ର ଦେହୁରୀ ସଭା ପରିଚାଳନା କରିଥିଲେ । ସଂପାଦକ ଅନ୍ତର୍ଯ୍ୟାମୀ ବେହେରା ସଂପାଦକୀୟ ବିବରଣୀ ପାଠ କରିଥିଲେ। ସଂଘର ନୂତନ ସଭ୍ୟ ଭାବେ ବିମ୍ବାଧର ରାଉତ, ଚିନ୍ତାମଣି ସାହୁ, ବ୍ରହ୍ମାନନ୍ଦ ସାହୁ ଓ ବାବୁଲାଲ୍ ଘିୱାଲା ପ୍ରମୁଖଙ୍କୁ ସମ୍ବଦ୍ଧନା କରାଯାଇଥିଲା । ସଂଘର ସଭ୍ୟ କଲ୍ୟାଣ କୁମାର ଦାସ ଓ ରାମଚନ୍ଦ୍ର ସାଇଁଙ୍କ ବିୟୋଗରେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସଂଘର ସଭ୍ୟମାନେ ପ୍ରତିବର୍ଷ ଓଡିଶା ତଥା ଓଡିଶା ବାହାରକୁ ତୀର୍ଥଯାତ୍ରା କରନ୍ତି । ସଂଘ ଓଡିଶା ଅବସର ପ୍ରାପ୍ତ କର୍ମଚାରୀଙ୍କ ସହ ଅନୁବନ୍ଧିତ ଅଟେ । ସଂଘ ଢେଙ୍କାନାଳ ଜିଲ୍ଲାର ବରିଷ୍ଠ ନାଗରିକ ମଂଚ ଓ ବରିଷ୍ଠ ନାଗରିକ ସଂଘର ପ୍ରତ୍ୟେକ କାର୍ଯ୍ୟରେ ଭାଗ ନିଅନ୍ତି । ଏ ବର୍ଷ ନୂତନ ଭାବେ ରମେଶ ଚନ୍ଦ୍ର ଦେହୁରୀ ସଭାପତି, ହେମନ୍ତ କୁମାର ପଟ୍ଟନାୟକ ଉପସଭାପତି, ଅନ୍ତର୍ଯ୍ୟାମୀ ବେହେରା ସଂପାଦକ, ନିରାକାର ସାହୁ ସହ-ସମ୍ପାଦକ, ପ୍ରମୋଦ କୁମାର ଦାସ କୋଷାଧ୍ଯକ୍ଷ ଭାବେ ନିର୍ବାଚିତ ହେଲେ । ଉପଦେଷ୍ଟା ବିନୋଦ କୁମାର ମିଶ୍ର, ପ୍ରଫୁଲ୍ଲ କୁମାର ସାହୁ, କୃଷ୍ଣଚନ୍ଦ୍ର ବିଶ୍ଵାଳ ରହିଲେ। ଶେଷରେ ମାଧବ ଚରଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
