ଢେଙ୍କାନାଳ, 13/01/2026, ଉତ୍କଳ voice news - utkalvoicenews.com( ଢ଼େଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :

ଢେଙ୍କାନାଳ-ଅନୁଗୁଳ ଜିଲ୍ଲା ସମନ୍ବୟ ତୈଳିକ ବୈଶ୍ୟ ସମାଜର ୫୭ତମ କାର୍ଯ୍ୟକାରିଣୀ ବୈଠକ ସଦର ବ୍ଲକ୍ ଅନ୍ତର୍ଗତ ମଙ୍ଗଳପୁର ଠାରେ ଅଦ୍ୟ ରବିବାର ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପତାକା ଉତୋଳନ କରାଯାଇ ଜଗନ୍ନାଥଙ୍କ ନିକଟରେ ଦ୍ଵୀପ ପ୍ରଜ୍ଜ୍ଵଳନ କରାଯାଇଥିଲା । ଉକ୍ତ ସଭାରେ ସଭାପତି ସଞ୍ଜୟ କୁମାର ସାହୁ ସଭାପତିତ୍ୱ କରିଥିଲେ । ଉକ୍ତ ସଭାରେ କାର୍ଯ୍ୟକାରୀ ସଭାପତି ନିର୍ମଳ ଚନ୍ଦ୍ର ସାହୁ, ସାଧାରଣ ସଂପାଦକ ଲିଙ୍ଗରାଜ ବେହେରା, ସମସ୍ତ ଉପସଭାପତି, ସଂପାଦକ, ସହ-ସଂପାଦକ, ଉପଦେଷ୍ଟା ମଣ୍ଡଳୀ, ସମସ୍ତ କାର୍ଯ୍ୟକାରୀ କମିଟି ସଭ୍ୟ, ନାରୀ ସଭାନେତ୍ରୀ ମଞ୍ଜୁଲତା ସାହୁ, ସମସ୍ତ ସଭ୍ୟସଭ୍ୟା, ଯୁବ ସଂଗଠକ ରାମଚନ୍ଦ୍ର ସାହୁ ଓ କର୍ମକର୍ତାବୃନ୍ଦ ୬୩ ଗୋଟି ସାହିର ସଭାପତି, ସଂପାଦକ ଯୋଗଦେଇଥିଲେ । ଉକ୍ତ ସଭାରେ ସମାଜର ସଫଳକାରୀ କାର୍ଯ୍ୟକ୍ରମ କରାଯାଇଥିଲା । ବଳରାମପ୍ରସାଦର ବସନ୍ତ ଦାସଙ୍କ ପୁତ୍ର ସୁଶିଳ କୁମାର ନାଗଙ୍କର କିଡ୍ନୀ ରୋଗୀଙ୍କୁ ୨୦ ହଜାର ଟଙ୍କା ସମାଜ ତରଫରୁ ସହାୟତା ପ୍ରଦାନ କରାଯାଇଥିଲା । ଆସନ୍ତା ମହାସଭା ମଙ୍ଗଳପୁର ଠାରେ ହେବା ପାଇଁ ସ୍ଥିର କରାଗଲା । ଉକ୍ତ ସଭାରେ ପୁରୁଷୋତମ ସାହୁ ବରିଷ୍ଠ ଉପଦେଷ୍ଟା ଧନ୍ୟବାଦ ଅର୍ପଣ କରିଥିଲେ । ସଭାପତି ସଞ୍ଜୟ କୁମାର ସାହୁ ପତାକା ଅବତରଣ କରି ସଭାସାଙ୍ଗ କରିଥିଲେ ।