ତିର୍ତୋଲ, 13/01/2026, ଉତ୍କଳ voice news - utkalvoicenews.com*( ତିର୍ତୋଲ ରୁ ଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ ) :*
ତିର୍ତୋଲ ଥାନା ଅନ୍ତର୍ଗତ ସାଇଲୋ ପଞ୍ଚାୟତ ତେରମାଣପୁର ମଠସାହି ଗ୍ରାମର ଉମାକାନ୍ତ ବେହେରାଙ୍କ ସାନପୁଅ ଆଦର୍ଶ ବେହେରା ବୟସ ୧୩ ଅଷ୍ଟମ ଶ୍ରେଣୀର ଛାତ୍ର। ରବିବାର ଛୁଟି ଦିନ ଥିବାରୁ ଅପରାହ୍ନ ୧ଘଟିକା ସମୟରେ ଘରୁ ଖେଳିବାକୁ ଯାଇ କୁଆଡେ ପଳେଇଯାଇଛି 3 ଦିନ ହେବ ଫେରି ନାହିଁ। ଯିବ ସମୟରେ ଆଦର୍ଶ କଳା ରଙ୍ଗର ପ୍ୟାଣ୍ଟ ଟି ଶାର୍ଟପିନ୍ଧିଥିଲେ.ଦୀର୍ଘ ସମୟ ଖୋଜା ଖୋଜି କରି ନପାଇବାରୁ ତାଙ୍କ ପିତା ଉମାକାନ୍ତ ବେହେରା ତିର୍ତୋଲ ଥାନାରେ ଏତଲା ଦେଇଥିଲେ.ଉମାକାନ୍ତ ବହୁତ ଦୁଃଖର ସହ ଗଣମାଧ୍ୟମରେ ତାଙ୍କ ପୁଅ କୁ ଯେଉଁ ସହୃଦୟ ବେକ୍ତିଙ୍କ ନଜରରେ ଆସେ ଯୋଗାଯୋଗ କରି ତାଙ୍କ ପାଖରେ ପଂହଁଚେଇବାକୁ ଅନୁରୋଧ ରଖିଛନ୍ତି.