ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମକରପଡ଼ିଆ ସେଣ୍ଟଜାଭିୟର ହାଇସ୍କୁଲର 10ତମ ବାର୍ଷିକ ଉତ୍ସବ*('ଶିକ୍ଷକ - ଅଭିଭାବକ ହିଁ ବିଦ୍ୟାର୍ଥୀଙ୍କ ମୂଳଦୁଆ')*

କୁଜଙ୍ଗ ବ୍ଲକ ଅନ୍ତର୍ଗତ ରାହାମା, 13/01/2026, ଉତ୍କଳ voice news - utkalvoicenews.com( କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
କୁଜଙ୍ଗ ବ୍ଲକ ଅନ୍ତର୍ଗତ ରାହାମା ମକରପଡ଼ିଆଠାରେ ପ୍ରତିଷ୍ଠିତ ସେଣ୍ଟ ଜାଭିୟର ହାଇସ୍କୁଲ୍‌ର ଦଶମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଗୋଲକ ଚନ୍ଦ୍ର ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ବିଦ୍ୟାଳୟର ବରିଷ୍ଠ ଗୁରୁମା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଚୌଦ୍ବାରସ୍ଥିତ ଚାରିବାଟିଆର ମହାସିଦ୍ଧକାଳୀ ଚାରିଟେବୁଲ୍ ଟ୍ରଷ୍ଟର ଅଧ୍ୟକ୍ଷ ସ୍ୱାମୀ ଶିବ ସତ୍ୟାନନ୍ଦ ସରସ୍ଵତୀ ପ୍ରଦୀପ ପ୍ରଜ୍ଜ୍ଵଳନ କରି ବିଦ୍ୟାଳୟର ବାର୍ଷିକ ଉତ୍ସବ 'ସର୍‌ଗମ୍' କୁ ଉଦ୍‌ଘାଟନ କରିଥିଲେ। ଏଡିଟର ଅର୍ଗସ ଡିଜିଟାଲ୍ ସଂଗ୍ରାମକେଶରୀ ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ଓ ସେମାନଙ୍କ ପିତାମାତାଙ୍କୁ ଉପଦେଶ ଛଳରେ କହିଥିଲେ ପିଲାମାନଙ୍କୁ ମୋବାଇଲ୍‌ର ବ୍ୟବହାରରୁ ଦୂରେଇ ରଖିବାପାଇଁ । କେବଳ ପାଠ ସମ୍ବନ୍ଧୀୟ ଜ୍ଞାନ ଆହରଣ କରିବାପାଇଁ ମୋବାଇଲ୍‌ର ବ୍ୟବହାରକୁ ସୁଯୋଗ ଦେବାପାଇଁ ପରାମର୍ଶ ଦେଇଥିଲେ ।ତତ୍‌ସହିତ ମନଯୋଗ ଦେଇ ଶ୍ରେଣୀକକ୍ଷରେ ଓ ଘରେ ପାଠ୍ୟପୁସ୍ତକ ଅଧ୍ୟୟନ କଲେ ପରୀକ୍ଷାରେ ଭଲ ନମ୍ବର ନିଶ୍ଚିତ ରଖିପାରିବେ । ଏ.ଏମ୍.ଏନ୍.ଏସ୍ ପାରାଦ୍ବୀପର ଡେପୁଟି ମ୍ୟାନେଜର ସୁପ୍ରିୟା ସ୍ୱାଇଁ ଉତ୍ସବର ନାମ 'ସର୍‌ଗମ୍'କୁ ଉଚ୍ଚ ପ୍ରଶଂସା କରିବା ସହିତ ଏପରି ନାମକରଣ ପିଲାମାନଙ୍କ ମଧ୍ୟରେ ନିଶ୍ଚିତ ଭାବେ ଏକ ଅପୂର୍ବ ଉତ୍ସାହ ସୃଷ୍ଟି କରିବ । କନ୍‌ଟେନ୍ ହେଡ୍ ଓ କଲ୍‌ଚରାଲ୍ ରିସର୍ଚ୍ଚର ପ୍ରାର୍ଥନା ଡିଜିଟାଲ୍ ଅଭିନନ୍ଦନ ଦାସ ନିଜର ବକ୍ତବ୍ୟ ମାଧ୍ୟମରେ ଭଲ ଶିକ୍ଷାଲାଭ କରି ନିଜର ଓ ଦେଶର ସୁନାମ ରଖିବାକୁ କହିଥିଲେ । ବିଶିଷ୍ଟ ସମାଜସେବୀ ଓ ଆଇନ୍‌ଜୀବୀ ଡଃ ସୁନାକର ବେହେରା ତାଙ୍କ ବକ୍ତବ୍ୟରେ ପିଲାମାନେ ଶୃଙ୍ଖଳା ମାଧ୍ୟମରେ ସଂସ୍କାରିତ ହୋଇ ଜୀବନରେ ଜଣେ ଜଣେ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ପ୍ରତିଷ୍ଠାତା ସୁରେଶ ଚନ୍ଦ୍ର ସ୍ୱାଇଁ ତାଙ୍କ ପ୍ରତିରକ୍ଷା ଚାକିରି ଜୀବନର କଠୋର ଅନୁଶାସନକୁ ଅବତାରଣା କରିଥିଲେ । ତିର୍ତ୍ତୋଲ କୁମାର ଉତ୍ସବ ସମିତିର ସଭାପତି ବିମଳ କୁମାର ଦାସ , ସୁଶ୍ରୀ ଶୁଭଶ୍ରୀ ଚାରିଟେବୁଲ୍ ଟ୍ରଷ୍ଟର ସମ୍ପାଦିକା ବସନ୍ତମଞ୍ଜରୀ ଦାସ , ପୋତାନଇ ସରପଞ୍ଚ ବ୍ରଜକିଶୋର ମହାରାଜ ଉତ୍ସବରେ ଉପସ୍ଥିତ ଥିଲେ ।
Article Image
ଅଧ୍ୟକ୍ଷ ବାର୍ଷିକ ବିବରଣୀ ପାଠ କରିବାବେଳେ ବିଦ୍ୟାଳୟର ସମସ୍ତ ଗୁରୁମାମାନେ ନିଜ ନିଜର ଦାୟିତ୍ୱ ସୁଚାରରୂପେ ର୍ନିବାହ କରୁଥିଲେ ‌। ଗୁରୁମା ଭାଗ୍ୟଶ୍ରୀ ପରିଜା ମଞ୍ଚ ପରିଚାଳନା କରୁଥିବା ବେଳେ ଓଷ୍ଟାର ରାଜ୍ୟସମ୍ପାଦକ ଓ ପରିଚାଳନା ସମିତିର ବରିଷ୍ଠ ସଭ୍ୟ ବସନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ‌।
Article Image
147