ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାସ୍ତା କାର୍ଯ୍ୟ ବନ୍ଦ କଲେ ଗ୍ରାମବାସି

ଏରସମା, 14/01/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ଏରସମା ବ୍ଲକ ଅଧିନ ମିର୍ଜାପୁର ଗ୍ରାମର ହେଉଥିବା ପୁରୁଣା ଢଳେଇ ଉପରେ ନୁତନ ଢଳେଇ ରାସ୍ତାକୁ ବନ୍ଦ କଲେ ଗ୍ରାମବାସି ।ପୁର୍ବ କାର୍ଯ୍ୟ ୧ କିମି ପିଚୁୁ କାର୍ଯ୍ୟ କୁ ଅଧାରେ ରଖି ସେହି ରାସ୍ତାକୁ ଲାଗି ଥିବା ଢଳେଇ ରାସ୍ତା କାର୍ଯ୍ୟ ଠିକାଦାର କରୁଥିଲା । ପୁଣି ସେଠାରେ କୌଣସି ଫଳକ ନାହିଁ କି ସରକାରୀ ଯନ୍ତ୍ରୀ ରହୁ ନାହାନ୍ତି । ମିର୍ଜାପୁର ଗାଦି ପର୍ଯ୍ୟନ୍ତ ରାସ୍ତାଟି ମାଟି ରାସ୍ତା ଥିଲା । ୨ ବର୍ଷ ପୁର୍ବେ ଏହି ରାସ୍ତା ପିଚୁ ହେବା ପାଇଁ ଟେଣ୍ଡର କରାଯାଇଥିଲା । ଠିକାଦାର ସେଠାରେ ଡଷ୍ଟ ପକାଇଛି କିନ୍ତୁ ପାଣି ପକାଉ ନାହିଁ କି ରୋଲିଁ ମ ଧ୍ୟ କରିନାହିଁ । ଯାହାଦ୍ବାରା ସବୁ ଗୋଡି ଉଠି ଗଲାଣି । ରାସ୍ତା କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର କରାଯାଇଛି । ତେଣୁ ଏହାକୁ ଦେଖି ଗ୍ରାମବାସି ତରଫରୁ ଶିଶିର କୁମାର ପରିଜା, ସନାତନ ସେଠି,ବିଜୟ ସ୍ବାଇଁ,ସୁଧାକର ସେଠି,ବ୍ରହ୍ମାନନ୍ଦ ମହାନ୍ତି,ପ୍ରଫୁଲ୍ଲ ବିଶ୍ବାଳ,ଘନଶ୍ୟାମ ସେଠି କାମକୁ ଅଟକାଇ ଥିଲେ । ପିଚୁ କାର୍ଯ୍ୟକୁ ପ୍ରଥମେ ଠିକ ଭାବରେ କଲା ପରେ ଢଳେଇ ରାସ୍ତା କରାଯିବ ବେଲି ଗ୍ରାମବାସି ଦାବି କରିଥିଲେ । ଏ ବିଷୟରେ ଆର ଡି ବିଭାଗ ର ଏସଡିଓଙ୍କୁ ଯୋଗାଯୋଗ କରିବାରୁ ସେ ଫୋନ ଉଠାଇ ନଥିଲେ । ଯେ ପର୍ଯ୍ୟନ୍ତ ପିଚୁ କାର୍ଯ୍ୟ ନ ସରିଛି ଢଳେଇ ରାସ୍ତା କରାଯିବ ନାହିଁ ବୋଲି ଗ୍ରାମବାସି ମାନେ ଠିକାଦାର ଙ୍କୁ କହିଛନ୍ତି ।
4