ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସ୍ବର୍ଗତ ପ୍ରମୋଦ ଦାସ ଙ୍କ ପରିବାର କୁ ସାହାଯ୍ୟ ର ହାତ ବଢାଇଲା ତ୍ରୀନେତ୍ର ଫାଉଣ୍ଡେସନ

କେନ୍ଦ୍ରାପଡ଼ା, 14/01/2026, ଉତ୍କଳ voice news - utkalvoicenews.comମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଚଢେଇଗୁଆଁ ଗ୍ରାମ ର ପ୍ରମୋଦ ଦାସ ଙ୍କ ଦେହାନ୍ତ ଖବର ମିଳିଥିଲା ।ମା ଝିଅ କୁ ଛାଡିଦେଲେ କେହି ନାହାନ୍ତି । ନା ଘର ଅଛି ନା ଖାଇବା ପାଇଁ ପାଖରେ କିଛି ଖାଦ୍ୟ ।ଏପରିକି ଶୁଦ୍ଧିକ୍ରିୟା କରିବା ବି ଅସମ୍ଭବ ତାଙ୍କ ପାଇଁ ।ପାଖରେ ଶୀତବସ୍ତ୍ର ବି ନାଇ ।8 ଦିନ ହେଲାଣି ଚୁଡ଼ା ଖାଇ ରହୁଥିଲେ ମା ଝିଅ । ଏହି ସମୟ ରେ ତ୍ରୀନେତ୍ର ଫାଉଣ୍ଡେସନ ତାଙ୍କ ପାଖରେ ପହଞ୍ଚିଥିଲା ।ସେମାନଙ୍କ ପାଇଁ ପାଲ,ମା ଙ୍କ ପାଇଁ ଶାଢ଼ୀ, ଚଦର ,ଝିଅ ପାଈଁ ପୋଷାକ ,ଶୀତବସ୍ତ୍ର ,ଦୁଇଟି କମ୍ବଳ , ବେଡସିଟ,ରାସନ ସାମଗ୍ରୀ,ପନିପରିବା ସହିତ ଆର୍ଥିକ ସାହାଯ୍ୟ କରାଯାଇଛି। ଏହି ସେବା କାର୍ଯ୍ୟ ରେ ତ୍ରୀନେତ୍ର ଫାଉଣ୍ଡେସନ ର ପ୍ରତିଷ୍ଠାତା ମନୋରଞ୍ଜନ ତରାଇ,କୈଳାଶ ଚନ୍ଦ୍ର ସାହୁ,ପ୍ରିତମପ୍ରିୟା ସାହୁ,ସରୋଜ ସାହୁ,କଳ୍ପତରୁ ମଲ୍ଲିକ ,ହୃଷୀକେଶ ବିଶ୍ଵାଳ,ତପୁ ଘଡେ଼ଇ ଉପସ୍ଥିତ ଥିଲେ ।ଏହି ସେବାକାର୍ଯ୍ୟ ର ମୁଖ୍ୟ ନାୟକ ଥିଲେ କୈଳାଶ(ଟୁଟୁ) ଭାଇ । ସେ ନିଜେ ସହଯୋଗ କରିବା ସହିତ ନିଜ ସାଙ୍ଗ ସାଥି ଙ୍କୁ ମଧ୍ୟ ସେବା କାର୍ଯ୍ୟ ପାଇଁ ସାହାଯ୍ୟ କରିବା ପାଇଁ କହିଥିଲେ ।ଏହି ସେବା କାର୍ଯ୍ୟ ରେ ତାଙ୍କ ସାଙ୍ଗ ମାନକୁ ସହ ଗ୍ରୁପ୍ ର ସଦସ୍ୟ ମାନେ ସହଯୋଗ ର ହାତ ବଢ଼ାଇ ସେବା କାର୍ଯ୍ୟଟିକୁ ସରସ ସୁନ୍ଦର କରିଥିଲେ। ।ଏହିପରି ଭାବରେ ଆଗକୁ ଆହୁରି ଅନେକ ସେବା କାର୍ଯ୍ୟ କରାଯିବବୋଲି ସଂଗଠନ ର ପ୍ରତିଷ୍ଠାତା ମନୋରଞ୍ଜନ ତରାଇ କହିଛନ୍ତି
Article Image
4