ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଖରିଡାକୁ ରାଜସ୍ବ ଗ୍ରାମ ଘୋଷଣା ଓ ପଟା ବଣ୍ଟନ କଲେ ମନ୍ତ୍ରୀ ।

ବୁଗୁଡ଼ା, 14/01/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ବୁଗୁଡ଼ା ତହସିଲ ଅନ୍ତର୍ଗତ ଅରଖପୁର ପଞ୍ଚାୟତର ଖରିଡା ଗ୍ରାମକୁ ରାଜସ୍ବ ଗ୍ରାମ କରିବା ପାଇଁ ୨୭ ବର୍ଷ ଧରି ଗ୍ରାମ ବାସୀ ଉଦ୍ୟମ କରି ଆସୁଥିଲେ ମଧ୍ୟ ସୁଫଳ ହୋଇ ପାରୁନଥିଲା। ସରକାର ପରିବର୍ତ୍ତନ ହେବା ପରେ ଗ୍ରାମବାସୀଙ୍କ ଉଦ୍ୟମ ସ୍ଥାନୀୟ ମନ୍ତ୍ରୀ ଚେଷ୍ଟା ଓ ରାଜସ୍ବ ବିଭାଗର ଅଧିକାରୀଙ୍କ ସହଯୋଗ ଦ୍ଵାରା ଆଜି ଖରିଡା ଗ୍ରାମକୁ ରାଜସ୍ବ ଗ୍ରାମ ଭାବେ ଘୋଷଣା କରାଯାଇଥିଲା। ବୁଗୁଡ଼ା ତହସିଲଦାର ତାପସ କୁମାର ରାଉତଙ୍କ ତତ୍ତ୍ଵାବଧାନରେ ଗ୍ରାମରେ ରାଜସ୍ବ ଗ୍ରାମ ଘୋଷଣା, ବିକାଶ ମୂଳକ ସଚେତନତା ସଭା ଓ ପଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ କ୍ଷୁଦ୍ର ଓ ଅତି କ୍ଷୁଦ୍ର ମଧ୍ଯମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ଖରିଡା ଗ୍ରାମକୁ ରାଜସ୍ବ ଗ୍ରାମ ଘୋଷଣା କରିବା ସହିତ ବିକାଶ ମୂଳକ ସଚେତନତା ସଭାରେ ଯୋଗଦେଇ ଗ୍ରାମର ଲୋକଙ୍କ ୨୭ ବର୍ଷର ଦାବି ଆଜି ସାମୁହିକ ଭାବେ ପରିପୂର୍ଣ୍ଣ ହୋଇ,ଖରିଡା ଏକ ସ୍ବତନ୍ତ୍ର ପରିଚୟ ପାଇଛି, ରାଜସ୍ବ ଗ୍ରାମ ଘୋଷଣା ପରେ ଖରିଡା ଅଧିକ ମାତ୍ରାରେ ରାଜସ୍ବ ପାଇ ଉନ୍ନତି କ୍ଷେତ୍ରରେ ବିକାଶ ହୋଇ ପାରିବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରକାଶ କରିଥିଲେ। ଏହାସହିତ ଗ୍ରାମର ୩୧ ଜଣ ହିତାଧିକାରୀଙ୍କୁ ପଟା ବଣ୍ଟନ କରିଥିଲେ। ଏହି ଅବସରରେ ବିଡ଼ିଓ ଦ୍ବୁତିକୃଷ ପାତ୍ର, ଥାନାଧିକାରୀ ସିଂତାଶୁ ଶେଖର ମାନ୍ଧାତା, ଅଧ୍ୟକ୍ଷାଙ୍କ ପ୍ରତିନିଧି କେ ନିଳମାଧବ ଆଚାରୀ,ବାଲିପଦର ଫାଣ୍ଡି ଅଧିକାରୀ କେ ନିଳାଦ୍ରୀ ରେଡ୍ଡୀ, ମନ୍ତ୍ରୀଙ୍କ ଓଏସଡି ପ୍ରତାପ ଚନ୍ଦ୍ର ପ୍ରଧାନ,ପୂର୍ବତନ ସରପଂଚ ହରିହର ସ୍ବାଇଁ, ଭଗବାନ ଜେନା, ରବିନ୍ଦ୍ର ପରିଡ଼ା ସମେତ ଖରିଡା,ଅରଖିପୁର,ଏକଡାଳ ଓ ଝୋଳରୀ ଗ୍ରାମର ଗ୍ରାମ୍ଯ ସଭାପତି ମାନେ ମଞ୍ଚାସିନ ହୋଇଥିଲେ। ଗ୍ରାମର ॐ ଶାନ୍ତି ପରିବାର ଓ ଗ୍ରାମରେ ଏକ ଆଦର୍ଶ ସ୍ମଶାନ ଗୃହ ନିର୍ମାଣ, ବିଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ ଦୁଇ ଗୋଟି ବୋରଓ୍ବାଲ,ରାସ୍ତାଘାଟ ଓ କଲ୍ୟାଣ ମଣ୍ଡପର ଉନ୍ନତି କରଣ ଭଳି କାର୍ଯ୍ୟ ଗ୍ରାମବାସୀଙ୍କ ପକ୍ଷରୁ ପତ୍ର ମାଧ୍ୟମରେ ନିବେଦନ କରାଯାଇଥିଲା। ସମୟ ମୁତାବକ ପରିପୂର୍ଣ୍ଣ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।
Article Image
ରାଜସ୍ବ ଗ୍ରାମ ଘୋଷଣା ପରେ ଖରିଡା ଗ୍ରାମର ଜନସାଧାରଣ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।
4