ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୋକିବୁଦା ମକର ମେଳା

ଏରସମା, 15/01/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ସିହା ନିକଟ କୋକିବୁଦା ମକର ଯାତ୍ରା ଦୀର୍ଘ ଶହେ ବର୍ଷରୁ ପାଳିତ ହେଉଛି। ସିହା କୋକିବୁଦା ଏକ ନିଛାଟିଆ, ନିକାଞ୍ଚନ ଅଂଚଳରେ ଏହି ଯାତ୍ରା ସକାଳୁ ଆରମ୍ଭ ହୋଇ ସନ୍ଧ୍ୟାରେ ଶେଷ ହୋଇଥାଏ। ରାତିକି ସବୁ ଶୂନଶାନ। ପୂର୍ବ କାଳେ ଲୋକେ ଖରାବେଳେ ଗଲେ ଡରୁଥିଲେ। ସେଠାରେ ଭୁତ ବାଗୁଡ଼ି ଖେଳନ୍ତି ଲୋକେ କୁହନ୍ତି । ବିଲୁଆ, କୋକି ଶିଆଳ ଆନନ୍ଦରେ ବିଚରଣ କରନ୍ତି। ଆଜି ତାଙ୍କ ବସା ସମ୍ପୂର୍ଣ ଭାଙ୍ଗି ଥିଲେବି ଖରାବେଳେ ସେମାନେ ଦେଖା ଦିଅନ୍ତି। ସେଇଠି ମା'ସାହାଡା ସୁନ୍ଦରୀ ଛୋଟ ମଠ ଟିଏ ଅଛି। ଗାଁର ଯୁବକ ତଥା ଅଂଚଳର ଲୋକମାନେ ମିଳିତ ହୋଇ କୋକିବୁଦା ମକର ମେଳା ପାଳନ କରନ୍ତି । ଦିନବେଳା ରାମଲୀଳା ଯାତ୍ରା ହୁଏ। ହଜାର ହଜାର ଶ୍ରଦ୍ଧାଳୁ ଆସି ନାଚ ଦେଖନ୍ତି ଓ ପ୍ରସାଦ ପାଇଥାନ୍ତି। ଏମିତି ଗହୀର ବିଲରେ ପ୍ରାକୃତିକ ପରିବେଶ ଲୋକମାନଙ୍କୁ ବେସ ଆକର୍ଷିତ କରିଥାଏ।ଏଠାକୁ ଭଲ ରାସ୍ତାଟିଏ ହେଲେ ଆହୁରି ଅଧିକ ଲୋକ ଆସିପାରନ୍ତେ।ଏହି ମକର ଉତ୍ସବରେ ଅଂଚଳର ଯୁବକମାନେ ଖୁବ ସହଯୋଗ କରିଥିଲେ ସେମାନଙ୍କ ମଧ୍ୟରେ ଧ୍ରୁବ ଭୋଳ, ଅଶ୍ୱିନୀ କୁମାର ସ୍ୱାଇଁ, ମହିମା ସ୍ୱାଇଁ, ସମୀର ଜେନା, ବିଜୟ କୁମାର ଲେଙ୍କା, ପ୍ରକାଶ ସ୍ୱାଇଁ, ମିଲୁ ମହାରଣା, ବାପିନା ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ।
12