ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପିଏମଶ୍ରୀ ପିପୁଲ୍ସ ହାଇସ୍କୁଲର ୮୨ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ବୁଗୁଡ଼ା, 16/01/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ବୁଗୁଡା ସ୍ଥିତ ସ୍ଥାନୀୟ ପିଏମଶ୍ରୀ ପିପୁଲ୍ସ ହାଇସ୍କୁଲ ପରିସରରେ ବିଦ୍ୟାଳୟର ୮୨ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାଳୀ ଚରଣ ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ଏହି କ୍ରୀଡା ଉତ୍ସବରେ ମୁଖ୍ୟ ଅତିଥି ଭାବେ ତହସିଲଦାର ତାପସ ରାଉତ, ମୁଖ୍ୟ ବକ୍ତା ଭାବେ ବିଇଓ ଚିନ୍ମୟ ମହାପାତ୍ର ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ସିଆରସିସି କିରଣବାଳା ତ୍ରିପାଠୀ, ବୁଗୁଡା ମିଡିଆ କ୍ଲବ ସଭାପତି ଅନିଲ ପଟ୍ଟନାୟକ ଏବଂ ଶିକ୍ଷକ ପ୍ରଶାନ୍ତ କୁମାର ଗୌଡ ଓ କାହ୍ନୁ ଚରଣ ଗୌଡ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିମାନେ ଛାତ୍ରମାନଙ୍କୁ କ୍ରୀଡାର ମହତ୍ତ୍ୱ ବୁଝାଇବା ସହ ମାର୍ଗଦର୍ଶନ କରିଥିଲେ।ଉତ୍ସବର ପ୍ରାରମ୍ଭରେ ସ୍ଥାନୀୟ ବଳଦେବ ମନ୍ଦିରରୁ କ୍ରୀଡା ଜ୍ୟୋତି ଆସି ଉତ୍ସବରେ ଆସି ପହଞ୍ଚିବା ପରେ ମୁଖ୍ୟ ଅତିଥିଙ୍କ ଦ୍ଵାରା କ୍ରୀଡା ପତାକା ଉତ୍ତୋଳନ ପୂର୍ବକ ସାମୁହିକ ଶପଥ ପାଠ କରାଯାଇଥିଲା ।ଏହି ଦ୍ବିଦିବସୀୟ କ୍ରୀଡା ଉତ୍ସବର ପ୍ରଥମ ଦିବସରେ ଉଭୟ କନିଷ୍ଠ ଓ ବରିଷ୍ଠ ବର୍ଗର ଛାତ୍ରଙ୍କ ମଧ୍ୟରେ ୧୦୦ମି ,୨୦୦ମି ଓ ୪୦୦ମି ଦୌଡ, ଲଙ୍ଗଜମ୍, ହାଇଜମ୍, ସଟପୁଟ୍ ଥ୍ରୋ, ଡିସକସ୍ ଥ୍ରୋ ଆଦି ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀ ଚୟନ କରାଯାଇଥିଲା ।ସମସ୍ତ ପ୍ରତିଯୋଗିତାକୁ କ୍ରୀଡା ଶିକ୍ଷକ ବିଶ୍ୱେଶ୍ବର ଗିରି, କ୍ରିଷ୍ଣାରାଓ ପାତ୍ର, ଅମୀୟ ରଞ୍ଜନ ସ୍ବାଇଁ, ସତ୍ୟଶ୍ରୀ କୁମାର ଜେନା ଓ ଆକାଶ କୁମାର ପ୍ରଧାନ ସୁଚାରୁରୂପେ ପରିଚାଳନା କରିଥିଲେ। ବିଦ୍ୟାଳୟର ଅନ୍ୟ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ କ୍ରୀଡା ଉତ୍ସବକୁ ସଫଳ କରିବାରେ ସକ୍ରିୟ ସହଯୋଗ କରିଥିଲେ।
Article Image
7